ଖୋର୍ଦ୍ଧାରେ ଚାଞ୍ଚଲ୍ୟ ! ସ୍କୁଲ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ବିଭତ୍ସ ହତ୍ୟା

30

କନକ ବ୍ୟୁରୋ: ସ୍କୁଲରୁ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ବିଭତ୍ସ ହତ୍ୟା । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବୋଡଙ୍ଗରାରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ବିଲ ଭିତରୁ ଶିକ୍ଷୟତ୍ରୀଙ୍କ ଶବ ଉଦ୍ଧାର କରିଛି ଖୋର୍ଦ୍ଧା ପୁଲିସ । ମୃତ ଶିକ୍ଷୟତ୍ରୀଙ୍କ ମୁୂଣ୍ଡ ଓ ମୁହଁରେ କ୍ଷତ ଚିହ୍ନ ରହିଛି । ମୃତକ ନୂଆପଡା ପଂଚାୟତ ଉଗ୍ରତାରା ଏମଇ ସ୍କୁଲର ଶିକ୍ଷୟତ୍ରୀ ଅଞ୍ଜଳି ଦେହୁରୀ । ଗତ ୩ ବର୍ଷ ଧରି ସେ ଏଠାରେ ଚାକିରି କରୁଥିଲେ ।

ଅଞ୍ଜଳି ବଡପୋଖରିଆ ଆଦିବାସୀ ସାହିରେ ଭଡାରେ ରହୁଥିଲେ । ଆଜି ସ୍କୁଲ ସାରି ଚାଲି ଚାଲି ଫେରିବାବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଖୋର୍ଦ୍ଦା ଏସପି ଓ ନିରାକାରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।