ପୁଣି ଓଲଟିଲା ଅଟୋ । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିିଲା ଅଟୋ । ୮ଛାତ୍ର ଆହତ

841

କନକ ବ୍ୟୁରୋ : ପରିବହନ ମନ୍ତ୍ରୀଙ୍କ କଟକଣାକୁ ବେଖାତିର । ଅଟୋରେ କ୍ଷମତାଠାରୁ ଅଧିକ ପିଲାଙ୍କୁ ସ୍କୁଲ ନନେବାକୁ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହାକୁ ଖୋଲାଖୋଲି ଉଂଲଘନ କରାଯାଇଛି । ନରସିଂହପୁର ଆଜି ଓଲଟି ପଡିଛି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଅଟୋ । ଦୁର୍ଘଟଣାରୁ ୮ ଜଣ ଛାତ୍ର ଅଳ୍ପକେ ବର୍ତିଯାଇଛନ୍ତି । ମର୍ଦ୍ଦମୁଖ ସ୍କୁଲର ଛାତ୍ର କମଳାଡିହ ସ୍ମୁଲ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆହତ ୮ ଛାତ୍ରଙ୍କୁ ଜିଲିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବା ପରେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଫଳରେ ବିଳମ୍ବରେ ପରିକ୍ଷା ଦେଇଥିଲେ ପରୀକ୍ଷାର୍ଥୀ ।

ଅନ୍ୟପଟେ, ପୋଖରୀରେ ବୁଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଗଜପତି ମୋହନା ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି । ନାରାୟଣ ମଲ୍ଲିକ ଆଜି ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଗାଁ ନିକଟ ବଟବନ୍ଧକୁ ଗୋଧୋଇବାକୁ ଯାଇଥିଲେ । କିନ୍ତୁ ସେଠାରେ ଦୁର୍ଭାଗ୍ୟ ବଶତଃ ସେ ବୁଡିଯାଇଥିଲେ । ସେଠାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସାଂଗେ ସାଂଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିବା କହିିଥିଲେ ଡାକ୍ତର ।