ଶିକ୍ଷକଙ୍କ ଉପରେ ‘ମୋ ସରକାର’ ଛାଟ : କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଜଣଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

3,212

କନକ ବ୍ୟୁରୋ : ଗୋଟେ ପଟେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସେପଟେ ଚାଲିଛି ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ । ସବୁଠାରୁ ବଡ କଥା ହେଉଛି ଗସ୍ତ ବେଳେ କାର୍ଯ୍ୟରେ ଅବହେଳା କାରଣରୁ  ମନ୍ତ୍ରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି । ବାରଙ୍ଗ ଅରିଲୋ ସ୍କୁଲର ଶିକ୍ଷକ ଶ୍ରୀରାମ ପରୁଆ ଓ ନଗରୀ  ସ୍କୁଲର ଶିକ୍ଷୟିତ୍ରୀ ଦୀପାଜଂଳୀ ସାମନ୍ତରାୟଙ୍କ ଦରମା ବନ୍ଦ କରାଯାଇଛି  । ସେହପରି ମାଇଧରପୁର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରିିଙ୍କୁ ବି ଚେତାବନୀ ଦେଇଛନ୍ତି ।

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଉପକୂଳ ଅଂଞ୍ଚଳରେ ଥିବା ମାଟ୍ରିକ ପରୀକ୍ଷା କେନ୍ଦ୍ର ସହିତ ଆଖପାଖରେ ଥିବା ସ୍କୁଲ ଗୁଡିକୁ ଅଚାନକ ଗସ୍ତ କରିଛନ୍ତି । ଲକ୍ଷେଶ୍ୱର ନୋଡାଲ ସ୍କୁଲ, ହଂସପାଳ ସରକାରୀ  ହାଇସ୍କୁଲ,  ମାଇଧରପୁର ସରକାରୀ ହାଇସ୍କୁଲ, ନଗରୀ ପ୍ରାଇମେରୀ ସ୍କୁଲ ପରିଦର୍ଶନ କରି କିଭଳି ପାଠପଢା ଚାଲିଛି ସେ ନେଇ ପଚାରି ବୁଝିଛନ୍ତି ମନ୍ତ୍ରୀ । ମୋ ସରକାର ଯୋଜନାରେ  ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଓ ଶିକ୍ଷକ ମାନଙ୍କୁ  ଅଧିକ ଉତରଦାୟୀ କରିବା ପାଇଁ ଏଭଳି ଅଭିଯାନ ଚାଲିଛି ।

ସେପଟେ ନରସିଂହପୁର ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଅଟୋ । ଅଟୋଟି ଓଲଟିପଡିଥିବାରୁ ୮ ଜଣ ଛାତ୍ର ଅଳ୍ପକେ ବର୍ତିଯାଇଛନ୍ତି । ଆହତ ୮ ଛାତ୍ରଙ୍କୁ ଜିଲିଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରୁ ଚିକିତ୍ସା କରାଯିବା ପରେ ପରୀକ୍ଷା କେନ୍ଦ୍ରକୁ ନେଇଥିଲେ । ଫଳରେ ବିଳମ୍ବରେ ପରିକ୍ଷା ଦେଇଥିଲେ ପରୀକ୍ଷାର୍ଥୀ ।