ପଢ଼ିବା ପାଇଁ ସ୍କୁଲ ନାହିଁ : ସାଇକେଲ ଷ୍ଟାଣ୍ଡରେ ଗଢ଼ା ହେଉଛି କୁନିକୁନି ପିଲାଙ୍କ ଭବିଷ୍ୟତ

42

କନକ ବ୍ୟୁରୋ : ସାଇକେଲ ଷ୍ଟାଣ୍ଡରେ ଚାଲିଛି କୁନିକୁନି ପିଲାଙ୍କୁ ପାଠପଢ଼ା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ସିଆଲଟି ପଂଚାୟତ ତେତେଲପଡାରେ । ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିବାରୁ ସାଇକେଲ ଷ୍ଟାଣ୍ଡରେ ପାଠ ପଢ଼ୁଛନ୍ତି କୁନିକୁନି ପିଲା । ପ୍ରାୟ ୮ବର୍ଷରୁ ଉର୍ଦ୍ଧ୍ୱ ହେବ ଅଙ୍ଗନୱାଡି ଗୃହର କାନ୍ଥ ଫାଟିଯାଇଥିବାବେଳେ ଛାତରୁ ପାଣି ଗଳୁଛି । ତେଣୁ ସେଠାରେ କିଛି ଦିନ ପାଇଁ ପାଠପଢ଼ା ବନ୍ଦ ହୋଇଯାଥିଲା ତାପରେ ସେହି ଗାଁର ଜଣେ ଲୋକଙ୍କ ଘରେ ଚାଲିଥିଲା ପାଠପଢ଼ା ।

ହେଲେ କୌଣସି ଅସୁବିଧା ହେବାରୁ ଏବେ ସାଇକେଲ ଷ୍ଟାଂଡରେ ପାଠ ପଢ଼ୁଛନ୍ତି ୩୩ ଜଣ ଶିଶୁ । ଅନ୍ୟପଟେ ପଂଚାୟତ ଅଫିସରେ କୌଣସି ସଭାସମିତି କିମ୍ବା ବର୍ଷା ହେଲେ ଶିଶୁ ମାନଙ୍କୁ ଅନେକ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିପରି ତାଙ୍କ ପାଇଁ ଖାଦ୍ୟ ରାନ୍ଧିବା ପାଇଁ ଗୃହ ନଥିବାରୁ ରୋଷେୟା ତାଙ୍କ ଘରେ ନିଜେ ରୋଷେଇ କରି ପଞାୟତ କାର୍ଯଳୟ ପରିସରକୁ ଖାଦ୍ୟ ଆଣି ପରସିଥାନ୍ତି । ଜିଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି । ତେବେ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।