ମେଡିକାଲ ଭିତରେ ଦମକଳ

25

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ବଡ ମେଡିକାଲରେ ପ୍ରତିଷ୍ଠା ହେବ ଅଗ୍ନିଶମ କେନ୍ଦ୍ର । ହୃଦରୋଗ ବିଭାଗରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ଏଭଳି କଡା ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି କଟକ ବଡ ମେଡିକାଲର ହୃଗରୋଗ ବିଭାଗରେ ନିଆଁ ଲାଗିବା ଘଟଣାରେ ୪ ବରିଷ୍ଠ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତଗତ ଭାବେ ହାଜର ହେବା ପରେ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ହୃଦରୋଗ ବିଭାଗର ମୁଖ୍ୟ, ଅଗ୍ନିଶମ ବିଭାଗର ଡିଜି, ଏସସିବି ଅଧିକ୍ଷକ, ଓ ଜିଇଡି ନିର୍ବାହୀ ଯନ୍ତ୍ରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ । ଏସସିବି ନିଆଁ ଲାଗିବା ନେଇ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ଏମାନେ ହାଜର ହୋଇଥିଲେ । ୨ ଦିନ ତଳେ ଏସସିବି ହୃଦରୋଗ ବିଭାଗରେ ନିଆଁ ଲାଗିଥିଲା । ଏହି ଘଟଣାର ତଦନ୍ତ ଦାୟୀତ୍ୱ ରାଜ୍ୟ ସରକାର ତୃତୀୟ ପକ୍ଷକୁ ଦେଇଛନ୍ତି । ସପ୍ତାହେ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦିଆଯାଇଛି ।