ପୁଣି ଅଡ଼ୁଆରେ ଏସବିଆଇ ଗ୍ରାହକ ! ଆକାଉଂଟରୁ କଟୁୁଛି ଟଙ୍କା, ଜାଣନ୍ତୁ କ’ଣ ରହିଛି ଏହାର କାରଣ ?

23

ଦିନକୁ ଦିନ ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକଟ କରିଛନ୍ତି । ଖବର ଅନୁସାରେ, ଏସବିଆଇ ଗ୍ରାହକଙ୍କ ବ୍ୟାଙ୍କ ଆକାଂଉଟରୁ ଅଚାନକ ଟଙ୍କା କଟିିବା ମାମଲା ସାମ୍ନାକୁ ଆସିଛି । ତେବେ ଆପଣ ମଧ୍ୟ ଧ୍ୟାନ ଦିଅନ୍ତୁ, ଟଙ୍କା କଟିବାର ପ୍ରମୁଖ କାରଣ କ’ଣ ରହିଛି?

ଆପଣଙ୍କ ଏସବିଆଇ ଆକାଂଉଟରୁ ୧୪୭.୫୦ ଟଙ୍କା କଟିି ଯାଇଛି କି ? ଟଙ୍କା କଟିବା ଏସଏମଏସ ମଧ୍ୟ ଆସିଥିବ । ତେବେ ଆପଣ ଜାଣିପାରୁ ନଥିବେ, ଟଙ୍କା କାହିଁକି କଟିଲା । ଏସଏମଏସରେ ଟଙ୍କା କଟିବା ବାବଦରେ କିଛି ସୂଚନା ଦିଆଯାଇ ନାହିଁ, ସେଥିପାଇଁ ଚିନ୍ତାରେ ରହୁଛନ୍ତି କି ? ତେବେ ଆମେ ଆପଣଙ୍କୁ ଆପଣଙ୍କ ଆକାଂଉଟରୁ କାହିଁକି ଟଙ୍କା କଟିଛି, ସେ ବାବଦରେ ଆସନ୍ତୁ ଆଲୋଚନା କରିବା ।

ଚଣ୍ଡିଗଡ଼ର ଜଣେ ଏସବିଆଇ ଅଧିକାରୀ କହିଛନ୍ତି କି, ଯଦି ଲୋକମାନେ ତାଙ୍କ ଷ୍ଟେଟମେଂଟ ଦେଖିବେ, ତା’ହେଲେ ଜାଣିପାରିବେ କାହିଁକି ଟଙ୍କା କଟିଛି ? ପ୍ରକୃତରେ, ୧୪୭.୫୦ ଟଙ୍କା ଏଟିଏମର ବାର୍ଷିକ ଚାର୍ଚ୍ଚରେ କଟିଛି । ଏହି ଚାର୍ଚ୍ଚରେ ଜିଏସଟି ସାମିଲ ହୋଇଛି, ଯାହା ଫଳରେ ଏହାର ଚାର୍ଚ୍ଚ ୧୪୭.୫୦ ଟଙ୍କା ହୋଇଯାଇଛି । ଏହା ବ୍ୟତୀତ ଅଧିକାରୀ ଜଣ କହିଛନ୍ତି ଯେ ଗତବର୍ଷ ଏପ୍ରିଲ ମାସରେ ହିଁ ଏସବିଆଇ ଶୁଳ୍କରେ ପରିବର୍ତ୍ତନ ଆଣିଥିଲା । ଏହାସହ ଏଟିଏମ ଚାର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ଡେବିଟ କାର୍ଡର ବାର୍ଷିକ ଚାର୍ଚ୍ଚ ୧୨୫ ଟଙ୍କା ଥିଲା ବେଳେ ଜିଏସଟି ଲାଗିବା ପରେ ୧୪୭.୫୦ ଟଙ୍କା ହୋଇଯାଇଛି ।

ଯଦିଓ ଷ୍ଟେଟମେଂଟରେ ଏହି ସୂଚନା ଦିଆଯାଇ ନାହିଁ, ତେବେ ଆପଣମାନେ ଏହି ବାବଦରେ ଅଭିଯୋଗ ମଧ୍ୟ କରିପାରିବେ ବୋଲି ଅଧିକାରୀ ଜଣ କହିଛନ୍ତି । ଏଥିପାଇଁ ସିଧାସଳଖ ବ୍ୟାଙ୍କକୁ ଯାଆନ୍ତୁ ନଚେତ ମେସେଜ ବକ୍ସରେ ଟଘଐଇଚଚଣ ଲେଖିି ୮୦୦୮୨୦୨୦୨୦ରେ ପଠାଇ ପାରିବେ । ଏହା ଛଡା ଅନ୍ୟ ଏକ ବିକଳ୍ପ ମଧ୍ୟ ରହିଛି । ଯଦି ଅଭିଯୋଗର ୧୦ ଦିନ ମଧ୍ୟରେ ମଧ୍ୟ ଆପଣଙ୍କ ସମସ୍ୟାର ସମାଧାନ ହେଉ ନାହିଁ, ତେବେ ନେଟୱାର୍କ ନୋଡାଲ ଅଫିସରଙ୍କୁ ମଧ୍ୟ ଅଭିଯୋଗ କରିପାରିବେ । ଏହାଛଡା ଷ୍ଟେଟ ବ୍ୟାଙ୍କ ଅଫ ଇଂଣ୍ଡିଆ ଚେୟାରମ୍ୟାନଙ୍କୁ ମଧ୍ୟ ଅଭିଯୋଗ କରିପାରିବେ ।