ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ସାଉଦି ରାଜକୁମାର ! ପାକ୍ ପ୍ରାୟୋଜିତ ଆତଙ୍କବାଦ ଉପରେ ହୋଇପାରେ ଆଲୋଚନା

401

କନକ ବ୍ୟୁରୋ : ଆଜି ଦୁଇ ଦିନଆ ଭାରତ ଗସ୍ତରେ ଆସୁଛନ୍ତି ସାଉଦି ଆରବ ରାଜକୁମାର ମୋହମ୍ମଦ ବିନ୍ ସଲମାନ । ଭାରତରେ ଯେତେବେଳେ ଗୋଟିଏ ବଡ଼ ଧରରଣର ଆକ୍ରମଣ ହୋଇଛି, ସେହି ସମୟରେ ସାଉଦି ଆରବ ରାଜକୁମାରଙ୍କ ଗସ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ଭାରତ ଆସିବା ପୂର୍ବରୁ ପାକିସ୍ତାନ ଗସ୍ତରେ ଯାଇଥିଲେ ମୋହମ୍ମଦ ବିନ୍ ସଲମାନ । ସେ ସେଠାରୁ ସିଧା ଭାରତ ଆସୁଛନ୍ତି । ଏହି ଦୁଇ ଦିନିଆ ଆଲୋଚନାରେ ସାଉଦି ଆରବ ରାଜକୁମାରଙ୍କ ସାମ୍ନାରେ ଆତଙ୍କବାଦ ମୁଦ୍ଦା ଉଠାଇପାରେ ଭାରତ ।

ସାଉଦି ରାଜକୁମାର ଦୁଇ ଦିନ ପାଇଁ ଭାରତରେ ରହିବେ । ଏହି ସମୟରେ ମୋଦିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଭାରତ ତାଙ୍କ ସାମ୍ନାର ପାକିସ୍ତାନ ଦ୍ୱାରା ଭାରତରେ ହେଉଥିବା ଆକ୍ରମଣର ମୁଦ୍ଦା ଉଠାଇବ । ସୂଚନାଯୋଗ୍ୟ ସାଉଦି ଆରବ ଓ ପାକିସ୍ତାନ ଉୟୟେ ଭଲ ବନ୍ଧୁ । ଏହି କାରଣରୁ ପାକିସ୍ତାନ ସହ ସାଉଦିର ୨୦ ଆରବ ଡଲାର ଚୁକ୍ତି ହୋଇଛି । ଗୋଟିଏ ପଟେ ସାରା ଦୁନିଆ ପାକିସ୍ତାନ ବିରୋଧରେ ଅଛି, ଅନ୍ୟପଟେ ସାଉଦି କିନ୍ତୁ ସାହାଯ୍ୟ ପାଇଁ ଛିଡ଼ାହୋଇଛି । ଏପରିସ୍ଥଳେ ଦେଖିବା ପାଇଁ ବାକି ରହିବା ଆତଙ୍କବାଦ ମୁଦ୍ଦରାରେ ସାଉଦି ଆରବ ରାଜକୁମାର କ’ଣ ବାୟନ ଦେଉଛନ୍ତି ।