ଜୟାଙ୍କ ସ୍ଥାନ ନେଲେ ବାନ୍ଧବୀ ଶଶୀକଳା : ଚିନାମ୍ମା କହିଲେ, ଆମ୍ମାଙ୍କ ଅଧୁରା କାମକୁ କରିବି ପୁରା

28

କନକ ବ୍ୟୁରୋ : ଏଆଇଏଡିଏମକେର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆମ୍ମାଙ୍କ ଘନିଷ୍ଠ ବାନ୍ଧବୀ ଶଶୀକଳା ନଟରାଜନ । ଦଳର ଜେନେରାଲ ସେକ୍ରେଟାରୀ ଭାବେ ଶଶୀକଳା ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜୟଲଳିତାଙ୍କ ପରେ ଦ୍ୱିତୀୟ ମହିଳା ଭାବେ ସେ ଏହି ଦାୟିତ୍ୱ ନେଇଛନ୍ତି । ଦଳ ପ୍ରତିଷ୍ଠା ହେବା ପରଠାରୁ ସେ ହେଉଛନ୍ତି ଷଷ୍ଠ ଜେନେରାଲ ସେକ୍ରେଟାରୀ ।

ଆଜି ଦାୟିତ୍ୱ ନେବା ପରେ ସେ ଅତି ଭାବୁକ ହୋଇ କାନ୍ଦି ପକାଇଥିଲେ । ଆମ୍ମାଙ୍କ ଅଧା କାର୍ଯ୍ୟକୁ ଆଗେଇ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଚିନାମ୍ମା । ସେ କହିଛନ୍ତି ୩୩ ବର୍ଷ ଧରି ସେ ଜୟଲଳିତାଙ୍କ ସାଂଗରେ ରହିଛନ୍ତି । ଆମ୍ମା ଯେପରି ଲୋକଙ୍କ ହୃଦୟରେ ରହିଥିଲେ, ଏବଂ ତାମିଲବାସୀଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ ସେ ତାଙ୍କର ପଥ ଅନୁସରଣ କରିବେ । ତେବେ ଆମ୍ମାଙ୍କ ସ୍ଥାନ କେହି ନେଇପାରିବେ ନାହିଁ ବୋଲି ଶଶୀକଳା କହିଛନ୍ତି ।