ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ : ଏବେ କଳାଧନ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍

18

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଚେତାବନୀ,ଏବେ କଳାଧନ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍ । କଳାଧନ ଜମା ରଖିଥିବା ଲୋକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କିଛି ଦିନ ତଳେ ଲୋକମାନଙ୍କୁ କଳାଧନ ଘୋଷଣା କରି ସ୍ୱଚ୍ଚ ହେବାକୁ ଆହ୍ୱାନ ଦିଆଯାଇଥିଲା । ଏହି ଅଭିଯାନ ଦ୍ୱାରା ଟିକସ ଓ ଜରିମାନା ବାବଦରେ ୬୫ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି । ସେହିପରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ୩୬ହଜାର କୋଟି ଟଙ୍କାର ସବସିଡି ସଂଚୟ ହୋଇଛି ।

ମୋଟ୍ ଉପରେ ସରକାର ଏହି ଦୁଇ ଉପାୟରେ  ୧ଲକ୍ଷ କୋଟି ଟଙ୍କା ପାଇଛନ୍ତି । କୋ÷ଣସି କଡା ପଦକ୍ଷେପ ବିନା ଏହି ସଫଳତା ମିିଳିଛି ।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଦୁର୍ନୀତି ବିରୋଧରେ ନିରନ୍ତର ଲଢ଼େଇ ଜାରି ରଖିଛନ୍ତି ।