ଦ୍ୱିତୀୟ ଥର ପାଇଁ ଓକିିଲଙ୍କ ଜରିଆରେ ସ୍ପଷ୍ଟୀକରଣ ରଖିଲେ ସଂଜୟ ଦାସବର୍ମା

26

ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଉପରେ ସିବିଆଇର ସନେ୍ଦହ ଆଖି । ନିଜ ପ୍ରତିନିଧିଙ୍କୁ ପଠାଇ ତଥ୍ୟ ରଖିବା ପରେ ଆଜି ଦ୍ୱିତୀୟଥର ପାଇଁ ଓଳିଲଙ୍କୁ ସିବିଆଇ ଅଫିସ ପଠାଇଥିଲେ ସଂଜୟ । ସେପଟେ ପ୍ରଶ୍ନ ଉଠୁଛି ତଥ୍ୟର ଆମୂଳଚୁଳ ଯାଂଚ ପରେ ମନ୍ତ୍ରୀଙ୍କୁ ଜେରା କରିବ କି ସିବିଆଇ ।ଅନ୍ୟପଟେ ସଂଜୟଙ୍କୁ ସିବିଆଇର ସମନ ପରେ ରାଜ୍ୟରେ ସୃଷ୍ଟି ହୋଇଛି ରାଜନୈତିକ ଝଡ । ରାଜ୍ୟ କ୍ୟାବିନେଟର ଏ ପାୱାରଫୁଲ୍ ମନ୍ତ୍ରୀଙ୍କ ପାଇଁ ଆଗେଇ ଆସିଛି ଦଳ । ଏପରିକି ସିବିଆଇର ଆଭିମୁଖ୍ୟ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ବୋଲି ସିଧାସଳଖ ଅଭିଯୋଗ ଆଣିଛି । ଅନ୍ୟପକ୍ଷରେ ଗଣମାଧ୍ୟମରେ ପାଜେରୋ ପଲିଟିକ୍ସ ଜୋର୍ ଧରିବା ପରେ ସିବିଆଇର ଧରପଗଡ ପ୍ରଶ୍ନର ପାଚେରୀ ତିଆରି କରିଛି ।