ବିଶ୍ୱର ସବୁଠାରୁ ବଡ ମୋବାଇଲ ଫ୍ୟାକ୍ଟ୍ରି ଭାରତରେ । ସ୍ଥାପନ କଲା ସ୍ୟାମସଙ୍ଗ, ଉଦଘାଟନ କଲେ ମୋଦି ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି ।

63

କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଜଗତରେ ସବୁଠାରୁ ବଡ ମୋବାଇଲ ଫ୍ୟାକ୍ଟ୍ରିର ଟ୍ୟାଗ ଏବେ ଚୀନ କିମ୍ବା ଦକ୍ଷିଣ କୋରିଆ ପାଖରେ ନାହିଁ । ଏପରକି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ବି ମହଜୁଦ ନାହିଁ । କାରଣ ଭାରତର ନଏଡା ଠାରେ ଉଦ୍-ଘାଟନ ହୋଇଛି ବିଶ୍ୱର ସବୁଠାରୁ ବୃହତ ମୋବାଇଲ କାରଖାନା । ଏହି ମୋବାଇଲ କାରଖାନା ସ୍ଥାପନ କରିଛି ପ୍ରତିଷ୍ଠିତ ମୋବାଇଲ କମ୍ପାନୀ ସ୍ୟାମସଙ୍ଗ । ଏହାକୁ ଉଦ୍-ଘାଟନ କରିଛନ୍ତି ଦକ୍ଷିଣ କୋରିଆର ରାଷ୍ଟ୍ରପତି ପ୍ରେଜ ମୁନ ଜାଏ ଇନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଠାରୁ ରୋଚକ କଥା ହେଲା ଏହି ଫ୍ୟାକ୍ଟ୍ରିର ପରିଧି ଏତେ ଅଧିକ ଯେ ଫ୍ୟାକ୍ଟ୍ରିର ପରିସରରେ ମୋଦି ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଅବତରଣ ପାଇଁ ହେଲିପ୍ୟାଡ ପାଇଁ ମଧ୍ୟ ଉପଯୁକ୍ତ ଜାଗା ହୋଇଥିଲା ।

ଏହି ବିଶାଳ ମୋବାଇଲ କାରଖାନାର ବିଶେଷତ୍ୱ:

୧. ନଏଡା ସେକ୍ଟର ୮୧ ଠାରେ ସ୍ୟାମସଙ୍ଗ ଇଲେକ୍ଟ୍ରୋନିକ୍ସ ତରଫରୁ ୩୫ ଏକର ଜମିରେ ନିର୍ମାଣ ହୋଇଛି ଏହି ବିଶାଳ ସ୍ୟାମସଙ୍ଗ ମୋବାଇଲ କାରଖାନା ।

୨. ଦକ୍ଷିଣ କୋରିଆର ଏହି ସ୍ୟାମସଙ୍ଗ କମ୍ପାନୀ ୪ ହଜାର ୯୧୫ କୋଟି ଟଙ୍କାରେ ନିର୍ମିତ ହୋଇଛି ।

୩. ଭାରତର ନଏଡା ଠାରେ ପ୍ରତିଷ୍ଠା ହୋଇଥିବା ସ୍ୟାମସଙ୍ଗର ଏହି ନୂଆ କମ୍ପାନୀ ଦୁଇଗୁଣା ମୋବାଇଲ ନିର୍ମାଣ କରିବାର କ୍ଷମତା ରଖିଛି ।

୪. ବର୍ତ୍ତମାନ ଭାରତରେ ୬.୭ କୋଟି ସ୍ମାର୍ଟଫୋନ ସ୍ୟାମସଙ୍ଗ ନିର୍ମାଣ କରୁଥିବା ବେଳେ ଏହି ଫ୍ୟାକ୍ଟ୍ରି ଚାଲୁ ହେବା ଦ୍ୱାରା ୧୨ କୋଟି ମୋବାଇଲ ଫୋନ ନିର୍ମାଣ ହୋଇପାରିବ ।

୫. ଏହି ବିଶାଳ ଫ୍ୟାକ୍ଟ୍ରିରେ କେବଳ ମୋବାଇଲ ନୁହେଁ ବଂର ସ୍ୟାମସଙ୍ଗର ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ମଧ୍ୟ ନିର୍ମାଣ କରାଯିବ ।

ଭାରତରେ ଫ୍ୟାକ୍ଟ୍ରି କରିବାକୁ କାହିଁକି ପସନ୍ଦ କଲା ସ୍ୟାମସଙ୍ଗ ?

ସ୍ୟାମସଙ୍ଗ ବିଶ୍ୱର ଅନେକ ବଡ ବଡ ଦେଶକୁ ଛାଡି କାହିଁକି ଭାରତରେ ବିଶାଳ ସ୍ୟାମସଙ୍ଗ କାରଖାନା ସ୍ଥାପନ କଲା । ସୁଚନା ମୁତାବକ ଭାରତରେ ମୋବାଇଲ କମ୍ପାନୀ କରିବା ପାଇଁ ବିଶେଷ କିଛି ସମସ୍ୟା ହୁଏ ନାହିଁ । ଅନ୍ୟପଟେ ବାହାର ଦେଶରେ ଅନେକ ପ୍ରକାର ଆଇନ କାନୁନ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ଜଣାପଡିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତକୁ ବାଦ ଦେଲେ ଅନ୍ୟ ଦେଶମାନଙ୍କରେ ମୋବାଇଲ କମ୍ପାନୀ ମାନଙ୍କ ଉପରେ ଟ୍ୟାକ୍ସ ଅଧିକ ରହିଥାଏ । ଯେଉଁଥି ପାଇଁ ଅନ୍ୟଦେଶ ତୁଳନାରେ ଭାରତରେ କମ୍ପାନୀ ନିର୍ମାଣ କରିବା ପାଇଁ ଆଗ୍ରହୀ ହୁଅନ୍ତି ।