ବାଂଲାଦେଶରୁ ମିଳିଲା ୭୦ କିଲୋଗ୍ରାମ ଓଜନର ଭଗବାନ ବିଷ୍ଣୁଙ୍କ ପ୍ରତିମା : ଚକିତ କରିଦେବ ଏହାର ମୂଲ୍ୟ

39

ଉତ୍ତର-ବାଂଲାଦେଶରେ ନିକଷ ପଥରରୁ ତିଆରି ୭୦ କିଲୋଗ୍ରାମ ଓଜନର ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମା ମିଳିଛି, ଯାହାର ମୂଲ୍ୟ କୋଟିଏ ଟଙ୍କା । ଢ଼ାକା ଟ୍ରିବ୍ୟୁନ ଆଜି ଅଧିକାରୀଙ୍କ ତରଫରୁ ଖବର ଦେଇଛନ୍ତି କି ରାଜଧାନୀରୁ ୨୦୩ କିମି ଦୂର ନଟୋରେ ଜିଲ୍ଲାର ପଶ୍ଚିମ ହାଘୁରିୟା ଗାଁର ଏକ ଘରୁ ରାତିରେ ଏହି ପ୍ରତିମା ମିଳିଥିଲା ।

ଏକ ଗୁପ୍ତ ସୂଚନା ଅଧାରରେ ନଟୋରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ଘରେ ଚଢ଼ଉ କରିଥିଲା । ତାଙ୍କ କହିବାନୁସାରେ, ସେହି ବିଷ୍ଣୁ ପ୍ରତିମାର ଓଜନ ୭୦ କିଲୋଗ୍ରାମ ଓ ଏହାର ମୂଲ୍ୟ ବାଂଲାଦେଶୀ ମୁଦ୍ରାରେ କୋଟିଏ ଟଙ୍କା । ଏହି ପ୍ରତିମାକୁ ରାଜକୋଷକୁ ପଠାଇଦିଆଯିବାର ସୂଚନା ମିଳିଛି ।

ଆପଣଙ୍କୁ ଜଣାଇଦେଉଛୁ ଯେ, ଏକ କିମ୍ବଦନ୍ତୀ ଅନୁସାରେ, ସିପ୍ରା ନଦୀ ବିଷ୍ଣୁଙ୍କ ରକ୍ତରୁ ଉତ୍ପନ୍ନ ହୋଇଥିଲା । ଏହି ନଦୀର ଅନେକ ପୈାରାଣିକ ମହତ୍ୱ ରହିଛି ଓ ଏହା ମଧ୍ୟପ୍ରଦେଶର ଧାର୍ମିକ ଓ ଐତିହାସିକ ନଗରୀ ଉଜ୍ଜୈନ ନଗରୀକୁ ଅତିକ୍ରମ କରେ । ଉଜ୍ଜୈନର ସିପ୍ରା ନଦୀ, ଯେଉଁଠି ପ୍ରତି ୧୨ ବର୍ଷ ପରେ ସିଂହସ୍ଥ କୁମ୍ଭର ଆୟୋଜନ କରାଯାଇଥାଏ । କୁମ୍ଭ ବିଶ୍ୱର ସବୁଠାରୁ ବଡ ମେଳା । ବ୍ରହ୍ମପୁରାଣରେ ବି ସିପ୍ରା ନଦୀ ଉଲ୍ଲେଖ ଥିବା ଦେଖିବାକୁ ମିଳେ । ସଂସ୍କୃତର ମହାକବି କାଳିଦାସ ନିଜର କାବ୍ୟ ଗ୍ରନ୍ଥ ‘ମେଘଦୂତ’ ରେ ସିପ୍ରାର ପ୍ରୟୋଗ କରିଛନ୍ତି, ଯାହାକୁ ଏଥିରେ ଅବନ୍ତୀ ରାଜ୍ୟର ପ୍ରଧାନ ନଦୀ କୁହାଯାଇଛି ।