୨୮ ବର୍ଷ ପରେ ବଦଳିଲେ ଓଓଏ ସମ୍ପାଦକ : ସମୀର ଦେ ସଭାପତି, ମହମ୍ମଦ ଆଲମ୍ ହେଲେ ସମ୍ପାଦକ

38

ଭୁବନେଶ୍ୱର ବ୍ୟୁରୋ: କନକ ନ୍ୟୁଜ୍ : ୨୮ ବର୍ଷ ପରେ ବଦଳିଲେ ଓଓଏ ସଂପାଦକ। ଏମ.ଏ. ଆଲମ ଓଡିଶା ଅଲିମ୍ପିକ ଆସୋସିଏସନର ନୂଆ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସଭାପତି ପଦ ବଜାୟ ରଖିଛନ୍ତି ସମୀର ଦେ। ସଂପାଦକ ଦୌଡରେ ୫ଜଣ ନାମାଙ୍କନ ଦାଖଲ କରିଥିବାବେଳେ ଆଜି ଅନ୍ୟମାନେ ପ୍ରତ୍ୟାହର କରିନେଇଛନ୍ତି ।

ସଭାପତି ପଦ ଲାଗି ଶ୍ରୀକର ମିଶ୍ର ଓ ଜଗମୋହନ ପଟ୍ଟନାୟକ ମଧ୍ୟ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଉଭୟ ସଭାପତି ଓ ସଂପାଦକ ପଦ ଲାଗି ଏକାଧିକ ପ୍ରାର୍ଥୀ ନଥିବାରୁ ସମୀର ଦେ ଏବଂ ଏମ.ଏ. ଆଲମ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ୬ ଉପସଭାପତି, ୨ ଯୁଗ୍ମ ସଂପାଦକ, ୧୧ କାଉନସିଲ ସଦସ୍ୟ ଓ କୋଷାଧ୍ୟକ୍ଷ ପଦ ଲାଗି ମଧ୍ୟ ନିର୍ବାଚନ ସରିଛି ।

ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଛାଡି ଅନ୍ୟମାନେ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏଥର ନିର୍ବାଚନରୁ ଦୂରେଇ ରହିଥିଲେ ଆଶୀର୍ବାଦ ବେହେରା । ବାରବାଟୀ ଜମି ଜାଲିଆତି ମାମଲାରେ ଫସିଥିବା ଆଶୀର୍ବାଦ ବେହେରାଙ୍କୁ ଅଲିମ୍ପିକ ସଂଘଠାରୁ ଦୂରେଇ ରହିବାକୁ କହିଥିଲେ କୋର୍ଟ । ହେଲେ ନିର୍ବାଚନ ଲଢିବା ନେଇ କୌଣସି ପ୍ରତିବନ୍ଧକ ନଥିଲା । ତଥାପି ବାଲାନ୍ସ ପଲିଟିକ୍ସ ଖେଳିଛନ୍ତି ଆଶୀର୍ବାଦ । ନିଜେ ନିର୍ବାଚନ ନଲଢି ନିଜର ଏକାନ୍ତ ଅନୁଗତ ଏମ.ଏ. ଆଲମଙ୍କୁ ସଂପାଦକ ପଦରେ ବସାଇଥିବା ଚର୍ଚ୍ଚା ହେଉଛି ।