ଋଣ ବୋଝ ଓ ଫସଲହାନୀ ନେଲା ଚାଷୀଙ୍କ ଜୀବନ ! ପୁଅ ସାମ୍ନାରେ ବିଷ ପିଇ ଆତ୍ମହତ୍ୟା କଲେ ସମ୍ବଲପୁରର ମୁକୁନ୍ଦ ମିର୍ଦ୍ଧା

36

କନକ ବ୍ୟୁରୋ : ଋଣ ବୋଝ ଏବଂ ଫସଲହାନୀ ନେଲା ଚାଷୀଙ୍କ ଜୀବନ । ଏହି ଅଭିଯୋଗ ଆସିଛି ସମ୍ବଲପୁର ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ମୁଣ୍ଡେର୍ ଗାଁରୁ । ମୁକୁନ୍ଦ ମିର୍ଦ୍ଧା ନାମକ ଜଣେ ଚାଷୀ ଫସଲହାନୀ ଏବଂ ଅଭାବିବିକ୍ରି ଯୋଗୁଁ ନିଜ ପୁଅ ସମ୍ନାରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ମୁକୁନ୍ଦ ମିର୍ଦ୍ଧା ନିଜର ୬ ଏକର ୮୦ ଡେସିମିଲ୍ ଜମିରୁ ୧.୩୦ ଡେସିମିଲରେ ବିଭିନ୍ନ ପନିପରିବା କରିଥିବା ବେଲେ ୧.୨୦ ଡେସିମିଲରେ ଧାନ ମଧ୍ୟ ଲଗାଇ ସାରିଥିଲେ । ବାକି ୨ ଏକରରୁ ଅଧିକ ଜମିରେ ଧାନ ଚାଷ କରିବା ପାଇଁ ପହ୍ଲା ପକାଇ ଥିବା ବେଳେ ପାଣି ଅଭାବରୁ ଗଛ ସବୁ ଲଗାଇ ପାରିନଥିଲେ । ଅନ୍ୟପଟେ ଫସଲ ମଧ୍ୟ ପାଣି ଅଭାବରୁ ଖରାପ ହେଇଯାଉଥିବା ବେଳେ ଅଭାବ ବିକ୍ରିର ମଧ୍ୟ ଶିକାର ହୋଇଥିଲେ ମୁକୁନ୍ଦ । ଚାଷ ଓ ପନିପରିବା ଖରାପ ସ୍ଥିତିରେ ଥିବା ବେଳେ ହାତ ଉଧାରି ୮ ହଜାର ଟଙ୍କା ଓ ଏକ ଘରୋଇ ବ୍ୟାଙ୍କରୁ ୨୨ ହଜାର ଟଙ୍କା ଋଣ ଆଣିଥଲେ ।

ତେଣୁ ଋଣ ସୁଝିବା ଚିନ୍ତା ଯୋଗୁଁ ମାନସିକ ଚାପରେ ଥିବା ମୁକୁନ୍ଦ ନିଜର ୫ ବର୍ଷର ପୁଅ ସାମ୍ନାରେ ଜମିରେ ପୋକମରା ଔଷଧ ଖ।।ଇଦେଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ମେଡିକାଲ୍ ଅଣାଯାଇଥିଲା । ତେବେ ବିଳମ୍ବରେ ପହଂଚିବା ହେତୁ ମେଡିକାଲରେ ମୃତ୍ୟୁବରଣ କରିଥିଲେ ମୁକୁନ୍ଦ ।

ଅନ୍ୟପଟେ ସ୍ଥାନୀୟ ସରପଂଚ ଏବଂ କୃଷି ଅଧିକାରୀମାନେ ମୃତ ମୁକୁନ୍ଦ ପରିବାରଙ୍କୁ ଦେଖାକରିସାରିଛନ୍ତି । ସରପଂଚ ଘଟଣାକୁ ସ୍ୱୀକାର କରିଛନ୍ତି । ଅଭାବ ବିକ୍ରି ଓ ପାଣି ଅଭାବରୁ ଚାଷ କାର୍ଯ୍ୟ ଠିକ୍ ହୋଇନଥିବା ବେଳେ ମାନସିକ ଭାରସାମ୍ୟରେ ଆତ୍ମହତ୍ୟା କରିଥିବା କହିଛନ୍ତି ସରପଂଚ ସୁରେଶ୍ୱରୀ ମାଝି ।