ଗ୍ରୀଡକୋରେ ଲୋନ୍ ଭରଣା କରିବେ ଓଡିଶାବାସୀ ! ଅଭିଯୋଗ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ

53

କନକ ବ୍ୟୁରୋ : ଗ୍ରୀଡକୋରେ ଲୋନ୍ ଭରଣା କରିବେ ଓଡିଶାବାସୀ । ଏଭଳି ଅଭିଯୋଗ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ । ଗ୍ରୀଡକୋ ବିଭିନ୍ନ ସୁତ୍ରରୁ ପ୍ରାୟ ୬ହଜାର କୋଟି ଟଙ୍କା ଋଣ ନେଇଛି ଏବଂ ତାର ଭରଣା ଲାଗି ଓଇଆରସି ଆଗରେ ହାଜର ହୋଇଛି । ଏବଂ ଏକ ରିଭ୍ୟୁ ପିଟିସନ ମାଧ୍ୟମରେ ୨୦୧୭-୧୮ ବିଦ୍ୟୁତ ବୃଦ୍ଧିରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି ।

ଗ୍ରୀଡକୋ ବ୍ୟତୀତ ଓଏଚପିସି, ଓପିଟିସିଏଲ, ଓପିଜିସି ବିଦ୍ୟୁତ ଶୁଳ୍କ ବୃଦ୍ଧି ଲାଗି ରିଭ୍ୟୁ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି । ଆଜି ଏନେଇ ଓଇଆରସିରେ ଶୁଣାଣି ହୋଇଥିଲା । ଓଇଆରସି ଅଧ୍ୟକ୍ଷ ୟୁ ଏଲ ବେହେରା ଓ ଦୁଇ ସଦସ୍ୟଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଥିଲା । ଯଦି ଏହା ଗ୍ରହଣୀୟ ହୁଏ ତେବେ ଶୁଣାଣି ଚାଲୁରହିବ ବୋଲି କହିଛନ୍ତି ଓଇଆରସି ସଚିବ  ।