ପାରିବାରିକା ଶତ୍ରୁତାରୁ ସାନ ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ। ହାତରେ କଟା ମୁଣ୍ଡ ଧରି ରାଜରାସ୍ତାରେ ବୁଲିଲା ଅଭିଯୁକ୍ତ

ଥାନା ସମ୍ମୁଖରେ ବୁଲିଲା ଅଭିଯୁକ୍ତ; ପୁଲିସ ପଚାରିବାରେ ବାହାରେ ଶୋଇଥିବାବେଳେ ମଶାରୀ ଭିତରୁ ମୁଣ୍ଡକାଟି ନେଇଥିଲା ଦୁର୍ବୃତ୍ତ

1,509

କନକ ବ୍ୟୁରୋ: ପାରିବାରିକ ଶତ୍ରୁତାରୁ ସାନ ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ । ମଶାରୀ ଭିତରେ ଶୋଇଥିବା ବେଳେ ମୁଣ୍ଡକାଟି ନେଇଥିଲା ହତ୍ୟାକାରୀ । ମୃତକ ହେଉଛି ସତ୍ୟନାରାୟଣ ମୁଣ୍ଡା । ସଂପର୍କୀୟ ଭାଇ ଉଜ୍ୱଳା ମୁଣ୍ଡା ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରିବା ପରେ କଟାମୁଣ୍ଡ ସହ ଥାନାରେ ଆତ୍ମସମର୍ପଣ କରିଛି ।

ସତ୍ୟନାରାୟଣ ମୁଣ୍ଡା ଗତକାଲି ରାତିରେ ଘର ବାହାରେ ଶୋଇଥିବା ବେଳେ ମଶାରୀ ଭିତରୁ ତାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯାଇଥିଲା । ସକାଳୁ ପରିବାର ଲୋକ ସତ୍ୟନାରାୟଣଙ୍କ ଏଭଳି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ।

ଏହା ପରେ ପୁଲିସ ଖୋଜୁଥିବା ଜାଣିସାରିବା ପରେ ଅଭିଯୁକ୍ତ ଉଜ୍ୱଳା ମୁଣ୍ଡା କଟାମୁଣ୍ଡ ଧରି ଜାତୀୟ ରାଜପଥରେ ବୁଲିଥିଲା । ପୁଲିସ ପଚାରିବା ପରେ ବ୍ୟାଗରେ କଟାମୁଣ୍ଡ ଥିବା କହିଥିଲା ହତ୍ୟାକାରୀ । ଏହା ପରେ ସେ ଥାନାରେ ଆତ୍ମସମର୍ପଣ କରିଥିଲା , ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।