ବଢ଼ିବ କି ଚାଷୀଙ୍କ ଆୟ ? ୬ ବର୍ଷ ପରେ ନୂଆ କୃଷିନୀତି ଆଣିବେ ରାଜ୍ୟ ସରକାର

267

କନକ ବ୍ୟୁରୋ : ଆସିବ ନୂଆ କୃଷି ସଂଶୋଧନ ନୀତି । ୬ ବର୍ଷପରେ କୃଷି ନୀତିରେ ସଂଶୋଧନ କରି ରାଜ୍ୟ ସରକାର ନୂଆ କୃଷିନୀତି ଆଣିବେ । ୨୦୧୩ କୃଷି ନୀତିରେ ପରିବର୍ତ୍ତନ ହୋଇ  ନୂଆ ନୀତି ଆସିବ । ଆଉ ଏଥିପାଇଁ ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଚାଷୀଙ୍କ ଆୟୁ ଦୁଇ ଗୁଣା କିପରି ହେବ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

ବଢ଼ିବ କି କୃଷକଙ୍କ ଆୟ ? ଚାଷୀଙ୍କ ବିକାଶକୁ ଆଖି ଆଗରେ ରଖି ତିଆରି ହେବ କୃଷିନୀତି । କୃଷକଙ୍କ ଆୟ ବଢ଼ାଇବା ଦିଗରେ ସଚେତନ ହୋଇ କୃଷିନୀତି ସଂଶୋଧନ କରାଯିବ ବୋଲି କହିଛନ୍ତି କୃଷି ସଚିବ । ନୂଆ କୃଷିନୀତି ଆଣିବା ପୂର୍ବରୁ କୃଷି ସମ୍ମନ୍ଧିତ ସମସ୍ତ ବିଭାଗକୁ ନିଜ ନିଜର ମତ ପ୍ରକାଶ କରିବାପାଇଁ କୁହାଯାଉଛି । ଯଦ୍ୱାରା ପରବର୍ତ୍ତୀ ପର୍ଯ୍ୟାୟ ଏଦିଗରେ ସଚତେନ ହୋଇ ଚାଷୀଙ୍କ ହିତରେ କିଛି ବଳିଷ୍ଠ ପଦକ୍ଷେପ ଆଣିପାରନ୍ତି ସରକାର ।