ସପା ଜାରି କଲା ଚତୁର୍ଥ ତାଲିକା । ଜାଣନ୍ତୁ କେଉଁଠୁ ଲଢିବେ କେଉଁ ପ୍ରାର୍ଥୀ ..

166

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ତଥା ସପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଗୌଡା, ବାରାବଙ୍କି, କୈରାନା ଏବଂ ସମ୍ଭଳ ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିଛି । ପାର୍ଟି ତଫରୁ ଆଜି ଗୌଡା ଲୋକସଭା ଆସନରେ ବିନୋଦ କମାର ସିଂହ ଓରଫ୍ ପଣ୍ଡିତ ସିଂହ, ବାରାବଙ୍କିରୁ ରାମ ସାଗର ରାଓତ , କୌରାନାରୁ ତବସ୍ମୁମ ହସନ ଏବଂ ସମ୍ଭଳରୁ ଶଫିକୁର ରହମାନ ବର୍କଙ୍କ ନାଁ ଘୋଷଣା କରିଛି ।

ସମ୍ଭଳ ଏବଂ କୈରାନା ଆସନରେ ସପାର ସ୍ଥିତି ସୁଦୃଢ ବୋଲି କୁହାଯାଉଛି । କାହିଁକି ନା କିଛି ଦିନ ପୂର୍ବରୁ ହିଁ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କୈରାନାରୁ ତବସ୍ମୁନ ହସନ ବିଜୟ ହାଲସ କରି ସଂସଦରେ ପହଂଚିଥିଲେ ।  ସେହିପରି ଗୌଡାରୁ ପଣ୍ଡିତ ସିଂହ ମଧ୍ୟ ମଜଭୁତ ପ୍ରାର୍ଥୀ ବୋଲି ପୂର୍ବ ସମୀକରଣ କହୁଛି ।

କିଛି ଦିନ ପୂର୍ବରୁ ସମାଜବାଦି ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି ସହ ମେଂଟ କରିଥିବା ସମାଜବାଦି ପାର୍ଟି ନିକଟରେ ନିଜର ୬ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ତାଲିକାରେ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମୈନପୁରୀ ଲୋକସଭା ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ଧର୍ମେନ୍ଦ୍ର ଯାଦବ ବନ୍ଦାୟୁ ଠାରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଛି । ସେହିପରି, ସମାଜବାଦି ପାର୍ଟିର ପ୍ରମୁଖ ମହାସଚିବ ରାମଗୋପାଲ ଯାଦବଙ୍କ ତରଫରୁ ଜାରିହୋଇଥିବା ତାଲିକାରେ ଅନୁସାରେ ଫିରୋଜାବାଦରୁ ଅକ୍ଷୟ ଯାଦବ, ଇଟାୱାରୁ କମଲେଶ କୋରିଆଙ୍କ, ବହରାଇଚରୁ ଶବ୍ୱୀର ବାଲ୍ମୀକି ଓ ରବଟସଗଂଜରୁ ଭାଇଲାଲ କୋଲଙ୍କୁ ଟିକେଟ ଦିଆଯିବ ।

MAYABATI

ତେବେ ଲୋକସଭା ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ନିର୍ବାଚନ ପୂର୍ବରୁ ଦଳଗୁଡିକ ମେଂଟ କରିବାକୁ ଲାଗିଥିବା ବେଳେ ମେଂଟ ଦଳ ସହ ମିଳିତ ରାଲି କରିବାକୁ ଯୋଜନା କରିଛନ୍ତି । ଉତରପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି  ମିଳିତ ରାଲି କରିବାକୁ ନିଷ୍ପତି ନେଇଛନ୍ତି । ସପା ମୁଖ୍ୟ ଅଭିଳେଶ ଓ ବସପା ସୁପ୍ରିମୋ ମାୟାବତୀ ଲୋକସଭା ନିର୍ବାଚନ ପାଇଁ ମିଳିତ ଭାବେ ୧୮ଟି ରାଲି କରିବେ । ମିଳିଥିବା ସୂଚନା ଅନୁସାରେ ପ୍ରାୟ ସବୁ ଅଂଚଳରେ ମାୟାବତୀ ଓ ଅଖିଳେଶ ମିଳିତ ରାଲି କରିବେ । ପ୍ରଥମ କରି ଏପ୍ରିଲ ୭ତାରିଖ ଦିନ ଦେଦବନ୍ଦରେ ମିଳିତ ରାଲି କରିବେ ଅଖିଳେଶ ଓ ମାୟାବତୀ । ଉତରପ୍ରଦେଶ ରାଜନୀତିରେ ଅଖିଳେଶ ଓ ମାୟାବତୀ କେବଳ ଏକତ୍ରିତ ଭାବେ ରାଲି କରିବେ ତାହା ନୁହେଁ ନିର୍ବାଚନୀ ସାମଗ୍ରୀରେ ମଧ୍ୟ ଏକାଟି ଉଭୟଙ୍କ ଫଟୋ ଦେଖିବାକୁ ମିଳିବ । ପୋଷ୍ଟର, ବ୍ୟାନର, ଟି ସାର୍ଟ ଓ ଟୋପି ଆଦି ସାମଗ୍ରୀରେ ଉଭୟଙ୍କ ଫଟୋ ଏକାଠି ସ୍ଥାନ ପାଇବ । ଉତରପ୍ରଦେଶରେ ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳର ମିଳିତ ଭାବେ ନିର୍ବାଚନୀ ରାଲିରେ ସାମିଲ ହେବେ ।