ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍: ଭକ୍ତଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ ୩୮ କୋଟି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୦୧୯-୨୦ ବର୍ଷ ପାଇଁ ବଟେଜ୍ ଉପସ୍ଥାପନ କଲେ ଗଜପତି ମହାରାଜ

152

କନକ ବ୍ୟୁରୋ: ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ବୈଠକ ଡ଼କାଯାଇ ୨୦୧୯-୨୦ମସିହା ପାଇଁ ବଜେଟ୍‌ ଉପସ୍ଥାପିତ କରାଯାଇଛି । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍‌ ଉପସ୍ଥାପିତ କରିଛନ୍ତି । ଏହି ବୈଠକରେ ଗଜପତି ମହାରାଜା ଶ୍ରୀମନ୍ଦିର ପାଇଁ ସର୍ବମୋଟ ୧୦୨କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ କରିଥିବା ଜଣା ପଡ଼ିଛି । ସେ ମଧ୍ୟରେ ଶ୍ରୀମନ୍ଦିର ପାଇଁ ୭୮କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଦାନ ଅର୍ଥ ବଢ଼ାଇବା ପାଇଁ ବଜେଟ୍‌ରେ ନିଷ୍ପତ୍ତି ନିଆ ଯାଇଛି ।

ଏହା ସହ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ୩୮କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ନିଷ୍ପତ୍ତି ନିଆ ଯାଇଥିବ ବେଳେ ସେବକ କଲ୍ୟାଣ ପାଣ୍ଠି ପାଇଁ ୫କୋଟି ଟଙ୍କାର ଖର୍ଚ୍ଚ ବଜେଟ୍‌ କରାଯାଇଛି । ବଜେଟ୍‌ରେ ରଥଯାତ୍ରା ପାଇଁ ୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି । ଗଜପତି ମହାରାଜାଙ୍କ ପ୍ରାପ୍ୟ ପାଉଣା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଥିବା ବେଳେ ବାର୍ଷିକ ୧୨ଲକ୍ଷ ଟଙ୍କା ଗଜପତି ମହାରାଜଙ୍କୁ ପ୍ରଦାନ କରାଯିବା ନେଇ ନିଷ୍ପତି ନିଆ ଯାଇଛି ।