ଜନ୍ମଦିନ ପାଳନ କଲେ ଭାଇଜାନ୍ ସଲମାନ୍ : ଦେଶ ବିଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ

25

୧୦୦ କୋଟି କ୍ଲବର ସମ୍ରାଟ୍ ସଲମାନ୍ ଖାନ । ତାଙ୍କ ଜନ୍ମଦିନ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ବିଭିନ୍ନ ଚିତ୍ର ଓ ଚରିତ୍ରରେ ଦର୍ଶକଙ୍କର ହୃଦୟ ଜିତିଥିବା ସଲମାନଙ୍କ ୫୧ତମ ଜନ୍ମଦିନକୁ ନେଇ ପ୍ରଶଂସକ ମହଲରେ ଦେଖିବାକୁ ମିଳିଛି ନାହିଁ ନଥିବା ଖୁସି । ନିଜ ପନଭେଲ ସ୍ଥିତ ଫାର୍ମ ହାଉସରେ ପରିବାର ସହ ଜନ୍ମଦିନ ପାଳନ କରିଛନ୍ତି ଭାଇଜାନ ।

ସଲମାନ୍ ଖାନ୍ ଅନେକ ଥର ପ୍ରମାଣ ଦେଇଛନ୍ତି ନିଜ ଲୋକପ୍ରିୟତା ଓ ସୁପର୍ ଷ୍ଟାରଡମର । ତାଙ୍କ ଉପସ୍ଥିତି ଫିଲ୍ମକୁ ଅନେକ ଥର ପହଂଚାଇଛି ଶହେ କୋଟିର ଇଲାଇଟ୍ କ୍ଲବରେ । ତେବେ ସଲମାନଙ୍କର ଅଭିନୟ କ୍ୟାରିୟର ଆରମ୍ଭ ହୁଏ,୧୯୮୮ ମସିହାରେ ପ୍ରସ୍ତୁତ “ବିୱି ହୋ ତୋ ଐସି’ ଚଳଚ୍ଚିତ୍ରରୁ ।

 

ତେବେ ରାଜଶ୍ରୀ ପିକଚର୍ସ ପ୍ରସ୍ତୁତ “ମୈନେ ପ୍ୟାର କିୟା’ ସଲମାନଙ୍କ ପାଇଁ ରାତାରାତି ଆଣିଦିଏ ଷ୍ଟାରଡମ୍ । ଏହା ପରେ ସଲମାନ୍ ନିୟମିତ ଭାବେ ସଫଳ ପ୍ରଦର୍ଶନ ଜାରି ରଖନ୍ତି । ଐଶଙ୍କ ସହ ରିଲ୍ ରୋମାନ୍ସ ସ୍ଥାନ ପାଏ “ହମ୍ ଦିଲ୍ ଦେ ଚୁକେ ସନମ’ରେ। ସଲମାନ୍ ଅଭିନୀତ “ଦବଙ୍ଗ୍’ ତାଙ୍କୁ ନମ୍ବର ୧ ନାୟକର ମାନ୍ୟତା ଦିଏ । ଲଗାତାର୍ ହିଟ୍ ଦେଇ ସଲମାନ୍ ବନିଯାନ୍ତି ଶହେ କୋଟି କ୍ଲବର ବାଦଶାହ ।