କୋଟିପତି ଚା’ବିକାଳିଙ୍କ ଆଉ ଏକ ଖୁଲାସା : କିଶୋର ଭଜିୟାୱାଲାଙ୍କ ପରିବାରରେ ୫୬ଟି ବ୍ୟାଙ୍କର ଖାତା
ସୁରତର କୋଟିପତି ଚା’ ବିକାଳି କିଶୋର ଭଜିୟାୱାଲାଙ୍କର ଆଉ ଏକ ଖୁଲାସାହୋଇଛି । ଏକ ଏଫଆଇଆରକୁ ଭର୍ତ୍ତି କରି ଧରାପଡିଯାଇଛନ୍ତି ସୁରତର । ସୁରତର ଆୟକର ବିଭାଗର ଅଧିକାରୀ ସିବିଆଇକୁ ଦେଇଥିବା ଏଫଆଇଆରରେ ଏହି ରହସ୍ୟକୁ ଖୋଲିଛନ୍ତି । କିଶୋର ଭଜିୟାୱାଲାଙ୍କ ପାଖରେ ବିଭିନ୍ନ ବ୍ୟାଙ୍କର ୫୬ଟି ଖାତା ଥିଲା ।
ଏଫଆଇଆରରେ କୁହାଯାଇଛି ଭଜିୟାୱାଲା ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ପାଖାପାଖି ୫୬ଟି ବ୍ୟାଙ୍କର ଖାତା ରହିଛି । ଏଥି ମଧ୍ୟରୁ ୧୩ଟି ଆକାଉଣ୍ଟ ରାଷ୍ଟ୍ରୀୟ ବ୍ୟାଙ୍କ , ୧୬ଟି ପ୍ରାଇଭେଟ ବ୍ୟାଙ୍କ ଓ ୧୭ଟି ଆକାଉଣ୍ଟ ସୁରତ ପିପୁଲ୍ସ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡରେ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୁରୁଣା ନୋଟକୁ ବେଆଇନ ଭାବେ ଲେଣଦେଣ ଯୋଗୁଁ ସୋମବାର ଦିନ ସିବିଆଇ କିଶୋର ଭଜିୟାୱାଲାଙ୍କ ଦୁଇ ପୁଅ ଜିଗ୍ନେସ ଓ ବିଳାସ ଏବଂ ସୁରତର ପିପୁଲ୍ସ କୋଅପରେଟିଭ ବ୍ୟାଙ୍କ ଲିମିଟେଡର ମ୍ୟାନେଜର ପଙ୍କଜ ଭଟ୍ଟଙ୍କୁ ଜେରା କରିଥିଲେ । ଏହା ପୂର୍ବରୁ ସିବିଆଇ ଶନିବାର ଦିନ ସୁରତରେ ଓ ସେମାବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଜିୟାୱାଲାଙ୍କ ଜେରା କରିଥିଲେ ।
ଭଜିୟାୱାଲାଙ୍କ ପରିବାର ପାଖରେ ଅନେକ ବ୍ୟାଙ୍କର ବହୁ ଖାତା ରହିବା ସହ ଅନେକ ଡମି ନାମରେ ବ୍ୟାଙ୍କ ଲକର୍ସ ରହିଛି । ଏହି କୋଟିପତି ଚା’ବାଲା ଏବେ ଖବରର ଶିରୋନାମାରେ ।