ମାଲାମାଲ୍ ହେଲେ ବିଧାୟକ ଓ ମନ୍ତ୍ରୀ ! ମୁଖ୍ୟମନ୍ତ୍ରୀ ପାଇବେ ୯୮ ହଜାର ଟଙ୍କା

49

କନକ ବ୍ୟୁରୋ : ମାଲାମାଲ ହେଲେ ବିଧାୟକ ଓ ମନ୍ତ୍ରୀ । ରାଜ୍ୟରେ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରାଯାଇଛି । ସୂଚନା ଅନୁସାରେ କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଦରମା ଓ ଭତ୍ତା ବାବଦରେ ବିଧାୟକ ପାଇବେ ୧ ଲକ୍ଷ । ପୂର୍ବରୁ ଦରମା ଓ ଭତ୍ତା ବାବଦରେ ବିଧାୟକ ମାନେ ୬୦ ହଜାର ଟଙ୍କା ପାଉଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଦରମା ଓ ଭତ୍ତା ବାବଦରେ ପାଇବେ ୯୮ ହଜାର ଟଙ୍କା । ଏଥିରେ ଦରମା ବାବଦରେ ରହିବ ୪୧ ହଜାର, କାର ଆଲାଉନ୍ସ ବାବଦରେ ୧୭ ହଜାର ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୪୦ ହଜାର ଟଙ୍କା । ପୂର୍ବରୁ ମୁଖ୍ୟମନ୍ତ୍ରୀ ପାଉଥିଲେ ୫୯ ହଜାର ଟଙ୍କା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ପାଇବେ ୯୭ ହଜାର । ପୂର୍ବରୁ ପାଉଥିଲେ ୫୮ ହଜାର ଟଙ୍କା ।

nabeen pattanaik on arun jeitlyରାଷ୍ଟ୍ରମନ୍ତ୍ରୀ ପାଇବେ ୯୫ ହଜାର ଟଙ୍କା । ପୂର୍ବରୁ ପାଉଥିଲେ ୫୭ ହଜାର ଟଙ୍କା । ବାଚସ୍ପତି ଦରମା ଓ ଭତ୍ତା ବାବାଦକୁ ପାଇବେ ୯୭ ହଜାର ୫୦୦ । ପୂର୍ବରୁ ପାଉଥିଲେ ୫୮ ହଜାର ୫୦୦ ଟଙ୍କା । ଉପବାଚସ୍ପତି ପାଇବେ ୯୫ ହଜାର ଟଙ୍କା । ପୂର୍ବରୁ ପାଉଥିଲେ ୫୭ ହଜାର ଟଙ୍କା । ବିରୋଧୀ ଦଳା ନେତା ପାଇବେ ୯୭ ହଜାର ଟଙ୍କା । ପୂର୍ବରୁ ପାଉଥିଲେ ୫୮ ହଜାର ଟଙ୍କା । ସରକାରୀ ମୁଖ୍ୟ ସଚେତକ ପାଇବେ ୯୭ ହଜାର ଟଙ୍କା । ପୂର୍ବରୁ ପାଉଥିଲେ ୫୮ ହଜାର ଟଙ୍କା । ଉପମୁଖ୍ୟ ସଚେତକ ପାଇବେ ୯୩ ହଜାର ଟଙ୍କା ପୂର୍ବରୁ ପାଉଥିଲେ ୫୬ ହଜାର ଟଙ୍କା । ତେବେ ରାଜ୍ୟରେ ମନ୍ତ୍ରୀ, ବିଧାୟକମାନଙ୍କ ଦରମା ଓ ଭତ୍ତାକୁ ବୃଦ୍ଧିକୁ  ନେଇ ସରକାରୀ ସ୍ତରରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।