ଘୋଷଣା ହେଲା ସାହିତ୍ୟ ଏକାଡେମୀ ପୁରସ୍କାର । ବିଶିଷ୍ଟ ସାହିତ୍ୟିକ ଦାଶରଥି ଦାସଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର

331

କନକ ବ୍ୟୁରୋ: ଓଡିଆ ସାହିତ୍ୟପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଆ ସାହିତ୍ୟିକ ପାଇବେ କେନ୍ଦ୍ର ସାହିତ୍ୟ ଏକାମେଡୀ ପୁରସ୍କାର । ଡ. ଦାଶରଥି ଦାଶ ,  ଡ. ପ୍ରଫୁଲ ତ୍ରିପାଠୀ ଏବଂ ହଳଧର ନାଗଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି । ବିଶିଷ୍ଟ ସାହିତ୍ୟିକ ଡ.ଦାଶରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି ସାହିତ୍ୟ ଏକାଡେମି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି।

ସେହିପରି ଡ.ଗଗନେନ୍ଦ୍ର ନାଥ ଦାସଙ୍କୁ ସାହିତ୍ୟ ଏକାଡେମି ଭାଷା ସମ୍ମାନ ଏବଂ ଡ.ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏକାଡେମୀର ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଏହି ନିଷ୍ପତି ହୋଇଛି ।