କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ବଦାନ୍ୟତା ! ଦାନ କଲେ ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଓ ଭତା ଟଙ୍କା

33

କନକ ବ୍ୟୁରୋ : କ୍ରିକେଟର ଭଗବାନଙ୍କ ବଦାନ୍ୟତା । ରାଜ୍ୟସଭା ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଓ ଭତା ଟଙ୍କାକୁ ଦାନ କରିଦେଇଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । ସମସ୍ତ ଟଙ୍କା ସେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ନିକଟରେ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ପୂରଣ କରିଥିଲେ ଏହି ମହାନ କ୍ରିକେଟର । ନିଜର ୬ବର୍ଷ କାର୍ଯ୍ୟକାଳ ମଧ୍ୟରେ ସଚିନ ପ୍ରାୟ ୯୦ ଲକ୍ଷ ଟଙ୍କା ଦରମା ଓ ଅନ୍ୟାନ୍ୟ ଭତା ନେଇଥିଲେ । ତେବେ ଦାନଟଙ୍କା ପାଇବା ପରେ ପିଏମଓ ପକ୍ଷରୁ ଏକ ଚିଠି ଜାରି କରାଯାଇଛି ।


ସଚିନ ତେନ୍ଦୁଲକରଙ୍କ ସହାନୁଭୂତିକୁ ପିଏମଓ ପକ୍ଷରୁ ପ୍ରଶଂସା କରାଯାଇଛି । ଗତ ୬ବର୍ଷ ମଧ୍ୟରେ ରାଜ୍ୟସଭାରେ ତାଙ୍କ ଅନୁପସ୍ଥିତିକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ସଚିନ ଓ ଅଭିନେତ୍ରୀ ରେଖା । ହେଲେ ସଚିନ ତେନ୍ଦୁଲକର ତାଙ୍କ ସାଂସଦ ପାଣ୍ଠିକୁ ସୁବିନିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ସେ ୧୮୫ଟି ପ୍ରକଳ୍ପ ପାଇଁ ୭କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।