ଆଗରୁ ମାରୁଥିଲେ ଏବେ ବି ମାରୁଛନ୍ତି : ମାଓନେତା ସବ୍ୟସାଚୀ ପଣ୍ଡା

28

କନକ ବ୍ୟୁରୋ : କନ୍ଧମାଳ ଏନକାଉଂଟର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । କହିଛନ୍ତି, ଗରିବ ନିରୀହ ଆଦିବାସୀଙ୍କୁ ଦମନ କରିବା ପାଇଁ ସରକାର ଯେଉଁ ଆଭିମୁଖ୍ୟ ରଖିଛନ୍ତି ସେଥିରେ ପରିବର୍ତନ ହେବା ଆବଶ୍ୟକ । ଆଗରୁ ମାରୁଥିଲେ ଏବେବି ମାରୁଛନ୍ତି ବୋଲି କହିଛନ୍ତି ସବ୍ୟସାଚୀ ।

ସେପଟେ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ପୁଲିସ ଡିଜି, ଗୃହ ସଚିବ , ଦକ୍ଷିଣାଂଚଳ ଆରଡିସି ଓ ଦକ୍ଷିଣାଂଚଳ ଆଇଜିଙ୍କୁ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି । ସେପଟେ ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ ଏନସିଏସଟି ଅଧ୍ୟକ୍ଷ ରାମେଶ୍ୱର ଓରାନ । ତାଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ କନ୍ଧମାଳ ଗସ୍ତ କରିବେ । ଏଥିସହ ମୁଖ୍ୟ ଶାସନ ସଚିବ , ଗୃହ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବ ଟିମ୍ ।