ସ୍ତ୍ରୀର ବିଶ୍ୱାସଘାତକତାରେ ଦୁଃଖୀ ସ୍ୱାମୀ ନିଜକୁ ସାପ ଦ୍ୱାରା କରାଇଲେ ଦଂଶନ! ରେକର୍ଡ଼ କଲେ ଲାଇଭ ଭିଡ଼ିଓ

104

ହୃଦୟ ଭାଙ୍ଗିଲେ ଲାଗେ ଯେପରି ପୁରା ଦୁନିଆ ଉଜୁଡ଼ି ଗଲା । ସମସ୍ତ ଯେପରି ପର ହୋଇଗଲେ । ଆଉ ଏହାର ପ୍ରଭାବ ସମସ୍ତଙ୍କ ଉପରେ ଭିନ୍ନ ଭିନ୍ନ ଭାବରେ ପଡ଼େ । ପ୍ରେମୀ/ପ୍ରେମିକାକୁ ଭୁଲିବା ପାଇଁ କିଏ ବାହାରେ ବୁଲାବୁଲି କରି ଭୁଲିବା ପାଇଁ ଚେଷ୍ଟା କରେ ଆଉ କିଏ ବିଷାଦର ଶିକାର ହୋଇଯାଏ । କିଏ ଏକୁଟିଆ ରହିବାକୁ ଭଲ ପାଏ ତ କିଏ ନିଜ କାର୍ଯ୍ୟବ୍ୟସ୍ତ ରହି ଭୁଲିବା ପାଇଁ ଚେଷ୍ଟା କରେ । କିନ୍ତୁ ହୃଦୟ ଭାଙ୍ଗିବା ପରେ ଋଷର ଜଣେ ବ୍ୟକ୍ତି ଭୟଙ୍କର ପଦକ୍ଷେପ ଉଠାଇଛନ୍ତି ।

ଋଷର ସର୍ପ ବିଶେଷଜ୍ଞ ଅର୍ସଲାନ୍ ବାଲୀବ । ସ୍ତ୍ରୀଙ୍କ ବିଶ୍ୱାସଘାତକତାକୁ ସହପାରିନଥିଲେ ବାଲୀବ । ସ୍ତ୍ରୀ ଯିବାର ଦୁଃଖରେ ନେଲେ ଏକ ଭୟଙ୍କର ପଦକ୍ଷେପ । ସେ ତାଙ୍କର ଏକ ପୋଷ୍ୟ ବିଷାକ୍ତ ସାପ ଦ୍ୱାରା ନିଜକୁ ଦଂଶନ କରାଇ ଜୀବନ ଦେଇଦେଲେ । କେବଳ ଏତିକି ନୁହେଁ ନିଜର ମତ୍ୟୁର ଲାଇଭ ଟେଲିକାଷ୍ଟ ମଧ୍ୟ କରିଥିଲେ । ଲାଇଭ ସମୟରେ ବାଲୀବ କହିଛନ୍ତି ସ୍ତ୍ରୀର ବିଶ୍ୱାସଘାତକତା ଯୋଗୁଁ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି । ଆଉ ଏପରି କହି ସେ ଜୀବନ ଦେଇଦେଲେ ।

ପ୍ରକୃତକଥା ବାଲିବ (୩୧ ବର୍ଷ ) ଓ ତାଙ୍କ ସ୍ତ୍ରୀଙ୍କର ଛାଡ଼ପତ୍ର ହୋଇସାରିଥିଲ । କିନ୍ତୁ ବାଲୀବ ତାଙ୍କ ସ୍ତ୍ରୀକୁ ଭୁଲିପାରିନଥିଲେ । ଅସଲାନ୍ ବାଲୀବଙ୍କ ତାଙ୍କର ପୂର୍ବତମ ସ୍ତ୍ରୀ ସହ ୟୁଟ୍ୟୁବରେ ଅନେକ ଚ୍ୟାନେଲରେ ଚଳାଉଥିଲେ । ସେ ପୋଷ୍ୟ ସାପ ଉପରେ ତିଆରି ୟୁଟ୍ୟୁବ ଭିଡ଼ିଓ ତିଆରି କରୁଥିଲେ ଏବଂ ଏହି ଭିଡ଼ିଓ ଗୁଡ଼ିକ ବହୁତ ଲେକପ୍ରିୟ ମଧ୍ୟ ଥିଲା । ସୂଚନା ଅନୁସାରେ ଅର୍ସଲନ ଯେତେବେଳେ ତାଙ୍କ ସ୍ତ୍ରୀଙ୍କ ବିଶ୍ୱସଘାତକତା ବିଷୟରେ ଜାଣିବା ପାଇଁ ପାଇଲେ ସେ ତାଙ୍କ ସ୍ତ୍ରୀଙ୍କୁ ବହୁତ ମାରିଥିଲେ ।

ତେବେ ପରେ ଏନେଇ ସେ ସମସ୍ତଙ୍କ ସାମ୍ନାରେ କ୍ଷମା ମଧ୍ୟ ମାଗିଥିଲେ । କିନ୍ତୁ ଘରୋଇ ହିଂସା ଯୋଗୁଁ ତାଙ୍କ ସ୍ତ୍ରୀ ଛାଡ଼ପତ୍ର ଦେଇଥିଲେ । ବିବାହ ବିଚ୍ଛେଦ ଓ ସ୍ତ୍ରୀକୁ ଆଉ କାହା ସହ ଦେଖି ଅର୍ସଲନ ଏତେ ଦୁଃଖୀ ଥିଲେ ଯେ ସେ ତାଙ୍କର ପାଳିତ କଳା ରଙ୍ଗର ମାମ୍ବା ସାପକୁ ନିଜକୁ ଦଂଶନ କରାଇଥିଲେ । ଏବଂ ନିଜ ମୃତ୍ୟୁର ଲାଇଭ ଭିଡ଼ିଓ ତିଆରି କରିଥିଲେ । ସୂଚନାଯୋଗ୍ୟ କଳା ରଙ୍ଗର ମାମ୍ବା ସାପ ବହୁତ ବିଷାକ୍ତ । ଦକ୍ଷିଣ ପୂର୍ବ ଏସିଆରେ ଏହି ପ୍ରକଜାତିର ସାପ ଦେଖିବା ପାଇଁ ମିଳନ୍ତି । ମାମ୍ବ। ସାପ କାହାକୁ କାମୁଡ଼ିଲେ, ୨୦ ମିନିଟ ମଧ୍ୟରେ ହିଁ ଉକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ।

ମରିବାର ଏକ ଦିନ ପୂର୍ବରୁ ସେ ଘୋଷଣା କରିଥିଲେ ସେ ତାଙ୍କ ପୋଷ୍ୟ ମାମ୍ବା ସାପ ସହ ଏକ ସ୍ୱତନ୍ତ୍ର ଭିଡ଼ିଓ ତିଆରି କରିବେ । ମୃତ୍ୟୁ ଦିନ ସେ ଲାଇଭ କରି ପୋଷ୍ୟ ମାମ୍ବା ସାପକୁ ନିଜ ଅଙ୍ଗୁଳୀରେ ଦଂଶନ କରାଇଥିଲେ । ତେବେ ଲାଇଭ ଦେଖୁଥିବା ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ଡକାଇ ତାଙ୍କୁ ବଞ୍ଚାଇବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା , ବ୍ୟକ୍ତି ଜଣକ ଅର୍ସଲନଙ୍କୁ ବଞ୍ଚାଇ ପାରିଲେ ନାହିଁ ।