ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ! ପାଆନ୍ତୁ ଏହି ୯ଟି ଉପକାର

241

black-pepper_625x350_51446463333ଗୋଲମରିଚ ଖାଦ୍ୟରେ ସ୍ୱାଦ ବଢାଏ । ହେଲେ ଏହା ଶରୀର ପାଇଁ ମଧ୍ୟ ବେଶ ଉପକାରୀ । ପ୍ରତିଦିନ ପାଞ୍ଚଟି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଇଲେ ଅନେକ ରୋଗରୁ ଆରାମ ମିଳିଥାଏ । ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ –

– ଏହା ଶରୀରରେ ନମନୀୟତା ବୃଦ୍ଧି କରିଥାଏ । ଫଳରେ ତ୍ୱଚାରେ ଚମକ ଆସିଥାଏ ।

– ଏହା ଶରୀରର କ୍ଷତିକାରକ ତତ୍ତ୍ୱକୁ ବାହାର କରିଥାଏ । ଯାହା ଫଳରେ କବ୍ଜ ପରି ଅସୁବିଧାରୁ ମୁକ୍ତି ମିଳିଥାଏ ।

– ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ କରିଥାଏ ।

– ଏହା ପାଚନକ୍ରୀୟାକୁ ତ୍ୱରାନ୍ୱିତ କରିବା ଫଳରେ ଓହନ ହ୍ରାସ ହୋଇଥାଏ ।

– ଏଥିରେ ଥିବା ଆଣ୍ଟି ଇମ୍ଫଲାମେଣ୍ଟାରୀ ତତ୍ତ୍ୱ ଗଣ୍ଠିବ୍ୟଥାରୁ ରକ୍ଷା କରିଥାଏ ।

– ଏଥିରେ ଥିବା ପୋଟାସିୟମ ରକ୍ତଚାପକୁ ନିୟନ୍ତ୍ରଣକୁ ଆଣିଥାଏ ।

– ଏଥରେ କାର୍ବୋହାଇଡ୍ରେଟ୍ ଥିବା ଯୋଗୁଁ ଏହା ଶକ୍ତିବୃଦ୍ଧି କରିବା ସହ ଦୁର୍ବଳତା ପରି ସମସ୍ୟାରୁ ରକ୍ଷା କରେ ।

– ଏହା କ୍ୟାନ୍ସର ଠାରୁ ରକ୍ଷା କରିଥାଏ ।

– ଏଥିରେ ଆଇରନ୍‌ ରହିଥାଏ । ଏହା ରକ୍ତ ଅଭାବ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।