କନ୍ଧମାଳ ବାଲିଗୁଡାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ହତ୍ୟା : ଘରୁ ଡାକି ଗେଟ୍ ପାଖରେ ଗୁଳି କରି ଫେରାର ହେଲେ ଦୁର୍ବୃତ୍ତ

435

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡାରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା । ଆଜି ସକାଳୁ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି  ପାତ୍ର ସାହିରେ ରହୁଥିବା ସୂଚନା ଅଧିକାର କର୍ମୀ ଅଭିମୁନ୍ୟୁ ପଣ୍ଡାଙ୍କୁ ଘରୁ ଡାକିଥିଲେ । ଅଭିମନ୍ୟୁ  ଘରୁ ବାହାରକୁ ଆସିବା ପରେ  ତାଙ୍କୁ କିଛି କାଗଜ ଦେଖାଇବା ସହ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ଗୁଳି ଅଭିମନ୍ୟୁଙ୍କ ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାଲିଗୁଡା ମେଡିକାଲରେ ଅଭିମନ୍ୟୁଙ୍କୁ ମୃତ ଘୋଷଣା କରାଯାଇଛି ।

ଗୁଳିକାଣ୍ଡର କାରଣ ଜଣାପଡିନାହିଁ । ବାଲିଗୁଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସହ ତଦନ୍ତ ଚଳାଇଛି। ତେବେ କିଏ ଓ କାହିଁକି ଗୁଳିମାଡ଼ କଲା ସେନେଇ ପୁଲିସ୍ ତନାଘନା ଚଳାଇଛି।