ଦେଶରେ ଦିନକୁ ଦିନ ବଢୁଛି ରେପ୍ ନାମକ ରୋଗ ! ଗତ ୨ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶରେ ଦୁଷ୍କର୍ମ ଘଟଣାରେ ୨୮ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । 

234

ଦେଶରେ ଏବେ ବଡ ଚିନ୍ତାଜନକ ବିଷୟ ରୂପେ ମୁଣ୍ଡ ଟେକିଛି ଦୁଷ୍କର୍ମ ମାମଲା । ଲୋକଙ୍କୁ କାମୁକତାର ଏତେ ସଉକ ହେଲାଣି ଯେ ଏହା କମିବାର ନାଁ ନେଉନାହିିଁି । କେଉଁଠି ଦୁଷ୍କର୍ମ ଘଟଣାରେ ଚୁଟକିରେ ଆକ୍ସନ୍ ନିଆଯାଉଥିବା ବେଳେ ଆଉ କେଉଁଠି ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ଭଳି ୭ ବର୍ଷ ସମୟ ଲାଗିଯାଉଛି । ଏକ ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶରେ କେବଳ ଦୁଷ୍କର୍ମ ଘଟଣାରେ ଗତ ୨ ବର୍ଷରେ ମୋଟ ୨୮ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । 

ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ଦୁଇ ଜଣ ଦୁଷ୍କର୍ମକାରୀ ଦୁଷ୍କର୍ମ କରିଥିବା ବେଳେ ପାଞ୍ଚଜଣ ସଇତାନ ଗୁରୁବାର ସକାଳେ ପୀଡିତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କ ସହିତ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଷ୍ଟ୍ରୀୟ ଆକ୍ରୋଶ ଆରମ୍ଭ ହୋଇଥିଲା । ତେବେ , ମଧ୍ୟପ୍ରଦେଶରେ ୨୦୧୮ରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨୯ ଟି ମାମଲା ରୁଜୁ ହୋଇଥିଲା । ଯାହା ମଧ୍ୟରେ ୧୯ ଟି ମାମଲା ନାବାଳିକାଙ୍କ ସହିତ ସମ୍ବନ୍ଧିତ ଥିଲା । ସମସ୍ତ ୧୯ ଟି ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ସେହିଭଳି ୨୦୧୯ ରେ ୯ ଟି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.