ରାଜ୍ୟ ରାଜପଥ ଉପରେ ସୁଖୁଛି ଧାନ : ସମ୍ବଲପୁର ମାନେଶ୍ୱର ଠାରୁ ୫ କିଲୋମିଟର ଯାଏଁ ରାସ୍ତା ଉପରେ ଧାନ ସୁଖାଉଛନ୍ତି ୫୦ରୁ ଅଧିକ ଚାଷୀ

ବାତ୍ୟା ପେଥାଇ ବର୍ଷା ଯୋଗୁଁ ଓଦା ହୋଇଯାଇଛି ଧାନ ।

74

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଜମିରେ ସୁଖେଇ ନପାରିବାରୁ ରାଜରାସ୍ତା ପାଲଟିଛି ଚାଷୀଙ୍କ ଧାନ ଖଳା । ମାନେଶ୍ୱରରୁ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଚାଷୀମାନେ ବାଧ୍ୟ ହୋଇ ଧାନ ସୁଖାଉଛନ୍ତି । ବାତ୍ୟା ପେଥାଇ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ଚାଷୀ ଉତ୍ପାଦନ କରିଥିବା ସୁନାର ଫସଲ ଏବେ ବିପଦରେ । ସମ୍ବଲପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଏବେ ବି ଜମିରେ ପାଣି ବୋହୁଥିବା ବେଳେ ଚାଷୀ ଜମିରେ ଧାନ ସୁଖାଇ ନପାରିବାରୁ ରାଜରାସ୍ତାରେ ସୁଖାଉଛନ୍ତି ।

ମାନେଶ୍ୱର ଅଂଚଳରୁ ୨ ରୁ ୩ କିଲୋମିଟର ଭିତରେ ରହୁଥିବା ୫୦ରୁ ଅଧିକ ଚାଷୀ ରାଜରାସ୍ତାରେ ଧାନ ସୁଖାଉଛନ୍ତି । ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ ରାଜରାସ୍ତା କାମ ଚାଲୁଥିବା ବେଳେ ଗୋଟିଏ ପଟେ ସିମେଂଟ କଂକ୍ରିଟ ରାସ୍ତା କାମ ସରିଛି । ଆଉ ସେହି କଂକ୍ରିଟ ରାସ୍ତା ଉପରେ ଚାଷୀମାନେ ଓଦା ଧାନକୁ ସୁଖାଉଛନ୍ତି ।