ଆଜି ଜମ୍ମୁକାଶ୍ମୀରରେ ଦେଶର ସବୁଠୁ ଲମ୍ବା ରୋଡ ଟନେଲର ଉଦଘାଟନ : ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

33

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରେ ଦେଶର ସବୁଠୁ ଲମ୍ବା ରୋଡ ଟନେଲକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଛି ବିଚ୍ଛିନ୍ନବାଦୀ ସଂଗଠନ ହୁରିୟାତ କନଫରେନ୍ସ । ସୁଡଙ୍ଗ ଯୋଗୁଁ ଏବେ ଜାମ୍ମୁରୁ ଶ୍ରୀନଗରୁ ମାତ୍ର ୩୦ କିଲୋମିଟର ପଡିବ । ଏହି ଲମ୍ବା ଟନେଲ ଜାମ୍ମୁ ଶ୍ରୀନଗର ହାଇୱେର ଚେନାନିରୁ ନାସିର ମଧ୍ୟରେ ନିର୍ମାଣ କରାଯାଇଛି ।

ମୋଟ ୩ହଜାର ୭୨୦କୋଟି ଟଙ୍କା ବିନିମୟରେ ନିର୍ମିତ ଚେନାନି-ନାସିର ଟନେଲର ଲମ୍ବ ୯.୨ କିଲୋମିଟର । ଟନେଲରେ ୧୨୪ ସିସିଟିଭି କ୍ୟାମେରା ଖଂଜା ଯାଇଛି, ଯାହା ୩୬୦ ଡିଗ୍ରୀ ଭ୍ୟୁ ଦେଇଥାଏ । ସୁଡଙ୍ଗ ଭିତରେ ମୋବାଇଲ ନେଟୱାର୍କ ଓ ଇଂଟରନେଟ ଚଲାଇବା ସହ ଏଫଏମରେ ଗୀତ ମଧ୍ୟ ଶୁଣି ପାରିବେ । ପୁରା ଟନେଲକୁ ଏକ କଂଟ୍ରୋଲ ରୁମରୁ କଂଟ୍ରୋଲ କରାଯିବ । ପ୍ରାୟ ୧୦ କିଲୋମିଟର ଲମ୍ବ ଏହି ସୁଡଙ୍ଗରେ ୨୯ଟି ଜରୁରୀକାଳୀନ ରାସ୍ତା ରହିଛି । ଯାହା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରି ସୁଡଙ୍ଗରୁ ବାହାରି ହେବ ।