ମାଲକାନଗିରି ଗସ୍ତରେ ବିଏସଏଫ୍ ଆଇଜି ଅଶ୍ୱିନ କୁମାର ସିଂ ! ବିଏସଏଫ୍ କ୍ୟାମ୍ପରେ ମାଓ ଦମନ ନେଇ କରିବେ ସ୍ଥିତି ସମୀକ୍ଷା

29

କନକ ବ୍ୟୁରୋ : ମାଲକାନଗିରି ଗସ୍ତରେ ବିଏସଏଫ୍ ଆଇଜି ଅଶ୍ୱିନ କୁମାର ସିଂ । ବିଛିନ୍ନାଂଚଳରେ ଥିବା ବିଏସଏଫ୍ କ୍ୟାମ୍ପରେ ମାଓ ଦମନ ନେଇ ସ୍ଥିତି ସମୀକ୍ଷା କରିବେ ଆଇଜି । ଆଜି ଏମଭି-୭୯ରେ ଥିବା ବିଏସଏଫ୍ କ୍ୟାମ୍ପକୁ ଯାଇ ସମୀକ୍ଷା କରିବେ । ବିଛିନ୍ନାଂଚଳରେ ଥିବା ବଡପାଳ କ୍ୟାମ୍ପରେ ଆଇଜି ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ଅଶ୍ୱିନ କୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ବିଛିନ୍ନାଂଚଳରେ ମାଓବାଦୀମାନେ ସକ୍ରିୟ ରହୁଛନ୍ତି । ତେଣୁ ଏହାକୁ କିଭଳି ଦମନ କରିବା ପାଇଁ ଆଇଜି ନିଜେ କ୍ୟାମ୍ପରୁ କ୍ୟାମ୍ପକୁ ଯାଇ ପ୍ରତ୍ୟକ୍ଷ ଭାବରେ ସ୍ଥିତି ସମୀକ୍ଷା କରିବେ । ଏବଂ ମାଓ ଦମନ ନେଇ ପରବର୍ତି ରଣନୀତି ପ୍ରସ୍ତୁତ କରିବେ ।