ବଲାଙ୍ଗୀରରେ ଟ୍ରକ ଧକ୍କାରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା: ୨୫ ଲକ୍ଷ ଟଙ୍କା ସହ ବଲାଙ୍ଗୀର-ସମ୍ବଲପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକ

28

କନକ ବ୍ୟୁରୋ: ବଲାଙ୍ଗୀରେ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକେ । ଆଜି ସକାଳେ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାତିଥିଲେ ଲୋକେ । ଉତ୍ୟକ୍ତ ଲୋକେ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ବଲାଙ୍ଗୀର-ସମ୍ବଲପୁର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି । ମୃତ ଛାତ୍ରୀ ବଲାଙ୍ଗୀର କଲେଜର ମୀନା ନାୟକ । ସେ ଯୁକ୍ତ ଦୁଇରେ ପଢୁଥିଲେ । ଏହି ରାସ୍ତାରେ ଗତ ୩ ଦିନ ଭିତରେ ଏହା ହେଉଛି ଚୁତର୍ଥ ଘଟଣା । ଏଥିରେ ଜଣେ ସ୍କୁଲ ଛାତ୍ରଙ୍କ ସମେତ ୫ ଜଣ ପ୍ରାଣ ହରାଇସାରିଲେଣି ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରର ରିନବଚନ ଗାଁର ମୀନା ନାୟକ  ଆଜି ସକାଳେ ଗାଁରୁ ବଲାଙ୍ଗୀର କଲେଜକୁ ସାଇକେଲରେ ଆସୁଥିବା ବେଳେ ତାଙ୍କୁ ପଛପଟୁ ଓ ଆର ୦୩ ଇ ୧୧୪୨ ନମ୍ବର ବିଶିଷ୍ଟ ଟ୍ରକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ମୀନାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ କଲେଜର ଛାତୀମାନଙ୍କ ସହିତ ରାଜନେତା ସୌମେନ୍ଦ୍ର ମିଶ୍ର, ଗୋପାଲଜୀ ପାଣିଗ୍ରାହୀ ,ଶ୍ରମିକ ନେତା ଲଳିତ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଲୋକ ଜାତୀୟ ରାଜପଥ ଅବରୋଧ କରି ମୃତ ଲିଲିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ବାଇପାସ ନିର୍ମାଣ ପାଇଁ ଦାବି କରିଛନ୍ତି।