ରିଓରେ ଆଜି ପଡିଆକୁ ଓହ୍ଲାଇବ ମହିଳା ହକିିଟିମ୍ : ପ୍ରଥମଥର ଲାଗି ଅଲିମ୍ପିକ୍ସ ଟିମରେ ୪ ଓଡିଆ ଖେଳାଳି

43

କନକ ବ୍ୟୁରୋ : ରିଓରେ ଆଜି ପଡିଆକୁ ଓହ୍ଲାଇବ ମହିଳା ହକିିଟିମ୍ ।  ପ୍ରଥମଥର ଲାଗି ଟିମରେ ସାମିଲ୍ ଅଛନ୍ତି ୪ ଓଡିଆ ଖେଳାଳି । ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା । ସେପଟେ ରିଓ ଅଲିମ୍ପିକ୍ସରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଦଳ । ପ୍ରଥମ ମ୍ୟାଚକୁ ୩-୨ ଗୋଲରେ ଆୟର୍ଲାଣ୍ଡଠାରୁ ଜିତି ନେଇଛି ଭାରତୀୟ ଦଳ। ରଘୁନାଥଙ୍କ ଗୋଟିଏ ଗୋଲ ଓ  ରୂପିନ୍ଦରଙ୍କ ୨ଟି ଗୋଲ ସହାୟତାରେ ଏହି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଗ୍ରୁପ ବିରେ ଥିବା ଭାରତର ପରବର୍ତୀ ମ୍ୟାଚ ୮ ତାରିଖରେ ଜର୍ମାନୀ ସହ ହେବ। ଏହା ସହ କୋଟି କୋଟି ଭାରତୀୟଙ୍କ ଆଶା ଏବେ ଟିମ୍ ଇଣ୍ଡିଆ ଉପରେ।