ସରକାରଙ୍କୁ ବାଘ ଚିନ୍ତା ! ବାଘ ସଂରକ୍ଷଣ ନେଇ ସଚିବାଳୟରେ ସମୀକ୍ଷା ବୈଠକ

34

କନକ ବ୍ୟୁରୋ: ବାଘ ସଂରକ୍ଷଣ ନେଇ ସଚିବାଳୟରେ ସମୀକ୍ଷା ବୈଠକ । ବର୍ତ୍ତମାନ କେତେ ବାଘ ଅଛନ୍ତି, କିଭଳି ବାଘ ସୁରକ୍ଷିତ ହେବେ ସେନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିମିଳିପାଳରେ ବାଘ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । ରାଜ୍ୟରେ ବର୍ତ୍ତମାନ ୪୦ରୁ ଅଧିକ ବାଘ ଅଛନ୍ତି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ।

୧୦ ବର୍ଷ ତଳେ ୯୦ରୁ ଉଦ୍ଧ୍ୱର୍ ବାଘ ଥିଲେ । ବର୍ତ୍ତମାନ ବାଘ ଗଣନା ପାଇଁ ୨୦୦ଟି କ୍ୟାମେରା ଲଗା ହୋଇଛି । ଆଗକୁ ମଧ୍ୟ ଅଧିକ କ୍ୟାମେରା ଲାଗିବା ପାଇଁ ଯୋଜନା ହେଉଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଦୁର୍ଗମ ଅଂଚଳରେ ଥିବା ବନ୍ୟ କର୍ମଚାରୀଙ୍କ ପାଇଁ ୧ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଲାଗୁ କରିଛନ୍ତି ରାଜ୍ୟ ସରକାର ।

ବାଘଙ୍କର ସୁରକ୍ଷା ପାଇଁ ସେହି ଅଂଚଳରେ ଟାଇଗର ଫୋର୍ସ ଓ ସଶସ୍ତ୍ର ସେନାର ୧୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସଚିବାଳୟରେ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀଙ୍କ ସହ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବାଘ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –