ପଂଚାୟତ ଫାଇନାଲ୍ ! ପଂଚମ ପର୍ଯ୍ୟାୟରେ ବି ବିଜେଡିକୁ ଟକ୍କର ଦେଉଛି ବିଜେପି

27

କନକ ବ୍ୟୁରୋ : ପ୍ରଥମ ୪ଟି ପର୍ଯ୍ୟାୟ ଭଳି ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ଶାସକ ବିଜୁ ଜନତା ଦଳକୁ କଡ଼ା ଟକ୍କର ଦେଇଛି ଭାରତୀୟ ଜନତା ପାର୍ଟି । ଆଜି ୫ମ ପର୍ଯ୍ୟାୟରେ ହୋଇଥିବା ୧୫୦ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କନକ ନ୍ୟୁଜକୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଶାସକ ବିଜେଡି ଦଳ ୭୦ଟି ଆସନ ପାଇଥିବା ବେଳେ ଭାରତୀୟ ଜନତା ୬୦ଟି, କଂଗ୍ରେସ ୧୫ଟି, ଆମ ଓଡ଼ିଶା ଦଳ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇଛି ।