ନବରଙ୍ଗପୁର ରେଂଜର ଅଫିସ ଅଭାବନୀୟ ଘଟଣା : ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଅଫିସ ଭିତରେ ବ୍ୟାପକ ଭଙ୍ଗାରୁଜା

21

ନବରଙ୍ଗପୁର : ନବରଙ୍ଗପୁର ରେଂଜର ଅଫିସ ଅଭାବନୀୟ ଘଟଣା । ଅଫିସ ଭିତରେ ବ୍ୟାପକ ଭଙ୍ଗାରୁଜା ସହ ରେଂଜର କୁମାର ଖରାଙ୍କୁ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକ । ଜଙ୍ଗଲ ଜମି ପଟ୍ଟା ନେଇ କଂଗ୍ରେସ ପକ୍ଷରୁ ହେଉଥିବା ଆନ୍ଦୋଳନ ସମୟରେ ଏଭଳି ଅଘଟଣ ଘଟିଛି । ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଆନ୍ଦୋଳନ କରୁଥିଲେ କଂଗ୍ରେସ କର୍ମୀ । ରେଂଜର ଅଫିସ ଭିତରେ ପଶି ଏଭଳି କାଣ୍ଡ ଘଟାଇଛନ୍ତି ଆନ୍ଦୋଳନକାରୀ । ଏହି ଘଟଣାରେ ରାଇଘର ପୁଲିସ ୧୦ ଜଣଙ୍କୁ ଗିରଫ କରିଛି ।