ରାଜଧାନୀର ଭିଲେନ : ହାତରେ କଟୁରୀ ଧରି ମୁନ୍ନା ଖେଳାଇଲା ଆତଙ୍କ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀ ରାଜରାସ୍ତାରେ ରିଅଲ୍ ଭିଲେନ୍ । ପୁରା ଫିଲ୍ମ ଷ୍ଟାଇଲରେ ଦାଦାଗିରି । ହାତରେ କଟୁରୀ ଧରି ଯୁବକଙ୍କ ଆତଙ୍କରାଜ୍ । କଟୁରୀ ମୁନରେ ଅଧଘଂଟା ଧରି ହଇଚଇ ମଚାଇଲେ ଭିଲେନ । ଦିନ ଦିପହରେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଶକ୍ତି ପ୍ରଦର୍ଶନ କରିଥିବା ଭିଲେନକୁ ଏବେ ଖୋଜୁଛି ପୋଲିସ ।

ତେବେ ଖୁଲମଖୁଲା ଦିନ ଦ୍ୱିପ୍ରହରରେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ହାତରେ କଟୁରୀ ଧରି ବୁଲୁଥିବା ଏହି ଯୁବକର ନାଁ ମୁନ୍ନା ବୋଲି ଜମା ପଡିଛି । ଅଧଘଂଟା ଧରି ଜୟଦେବ ବିହବାର ଅଟୋଷ୍ଟାଣ୍ଡକୁ ନିଜ କବଜାରେ ରଖିଥିଲେ ବି ଏଯାଏ ଥାନାରେ ଏତଲା କରାଯାଇନି । ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।

ଏଠାରେ ପ୍ରଶ୍ନ ଉଠୁଛି କିଏ ଏହି ମୁନ୍ନା? ଖୋଦ ରାଜଧାନୀ ଛାତିରେ କଟୁରୀ ଧରି ଆତଙ୍କ ରାଜ ଚଳାଇଥିବା ଏହି ମୁନ୍ନା କାହା ବଳରେ ବଳିଆନ ହେଉଛି । ଟ୍ୱିନସିଟିର ଗ୍ୟାଙ୍ଗଷ୍ଟର ମାନେ ଏବେ ଜେଲ ଭିତରେ ଥିବା ବେଳେ, ମୁନ୍ନା କେଉଁ ଗ୍ୟାଙ୍ଗର ରିଙ୍ଗମାଷ୍ଟର ସେନେଇ ତଦନ୍ତ ଆରମ୍ଭ ହୋଇଛି ।