ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀକୁ ଅହରହ ଚାଲିବ ବସ୍ : ଆପଦକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ଓ ୫ ଟଙ୍କାରେ ଭକ୍ତଙ୍କୁ ମିଳିବ ମିଲ୍

68

ରଥଯାତ୍ରା, ବାହୁଡା, ସୁନାବେଶ ଦର୍ଶନ ପାଇଁ ପୁରୀକୁ ଚାଲିବ ଅହରହ ବସସେବା । ରାଜ୍ୟ ଭିତର ତଥା ବାହାର ରାଜ୍ୟର ଯାତ୍ରୀମାନେ ଯେପରି ସହଜରେ ପୁରୀ ଯାତ୍ରା କରିପାରିବେ ସେ ନେଇ ସ୍ୱତନ୍ତ୍ର ବନ୍ଦୋବସ୍ତ ହୋଇଛି । ଏଥିସହିତ ଯାତ୍ରୀଙ୍କ ପାଇଁ ୫ ଟଙ୍କିଆ ମିଲର ବ୍ୟବସ୍ଥା ହୋଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖରେ ରଥଯାତ୍ରା, ୨୩ ତାରିଖରେ ବାହୁଡା ଏବଂ ୨୪ ତାରିଖରେ ସୁନାବେଶ ଅନୁଷ୍ଠିତ ହେବ ।

ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପୁରୀକୁ ଅଧିକ ୨୦୦ଟି ସ୍ପେଶାଲ ବସ ଚାଲୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏବେ ପୁରୀକୁ ୧୩୪ଟି ନିୟମିତ ଏବଂ ୩୦ଟି ନାଇଟ କୋଚ ବସ ଚାଲୁଥିବାବେଳେ ଏହି ୨୦୦ଟି ସ୍ପେଶାଲ ବସ କଟକରୁ ଭୁବନେଶ୍ୱର (କଳ୍ପନା) ଦେଇ ପୁରୀ ଯାତ୍ରା କରିବ । ରଥଯାତ୍ରାର ପୂର୍ବଦିନ (୧୩ ତାରିଖ), ରଥଯାତ୍ରା (୧୪ ତାରିଖ), ବାହୁଡା ପୂର୍ବଦିନ (୨୨ ତାରିଖ), ବାହୁଡା (୨୩ ତାରିଖ) ଏବଂ ସୁନାବେଶ (୨୪ ତାରିଖ) ଦିନ କଟକରୁ ପୁରୀକୁ ଏହି ୨୪ ଘଣ୍ଟିଆ ବସସେବା ମିଳିବ ।

ସେହିପରି ଭୁବନେଶ୍ୱରକୁ ଆସୁଥିବା ୧୦୦ରୁ ଅଧିକ ରାତ୍ରିକାଳୀନ ବସର ଶେଷ ଗନ୍ତବ୍ୟସ୍ଥଳକୁ ପୁରୀଯାଏ ବଢାଯାଇଛି । ପଶ୍ଚିମବଙ୍ଗ, ହାଇଦ୍ରାବାଦ, ଛତିଶଗଡ, ଝାଡଖଣ୍ଡ ତଥା ଉପାନ୍ତ ଓଡିଶାର ଯାତ୍ରୀମାନେ ଏହିସବୁ ନାଇଟ କୋଚ ବସଦ୍ୱାରା ପୁରୀରେ ପହଞ୍ଚି ପାରିବେ । ପୂର୍ବ ନିର୍ଦ୍ଧାରିତ ଭଡା ଅନୁଯାୟୀ ଯାତ୍ରୀମାନେ ଯାତ୍ରୀ ଭଡା ପୈଠ କରିବେ । ଏବେ ସାଧାରଣ ବସରେ କିମି ପିଛା ୭୦, ଏକ୍ସପ୍ରେସରେ କିମି ପିଛା ୭୩, ଡିଲକ୍ସରେ କିମି ପିଛା ଟ୧. ୦୧ ପଇସା, ଏସି ଡିଲକ୍ସରେ କିମି ପିଛା ଟ ୧.୨୩ ପଇସା ଯାତ୍ରୀ ଭଡା ରହିଛି । ଏହି ସବୁ ବସଗୁଡିକ ତାଳବଣିଆରେ ରହିବେ ।

bus stand

ସେଠାରେ ଯାତ୍ରୀଙ୍କୁ ପାଇଁ ୫ ଟଙ୍କାରେ ମିଲ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଛି । ଏହାର ଦାୟିତ୍ୱ ଅକ୍ଷୟ ଫାଉଣ୍ଡେସନକୁ ପ୍ରଦାନ କରାଯାଇଛି । ସେହପରି ତାଳବଣିଆ ବସଷ୍ଟାଣ୍ଡରୁ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ମାଗଣାରେ ବଡଦାଣ୍ଡରେ ପହଞ୍ଚାଇବା ପାଇଁ ୪ ଟି ବିଦ୍ୟୁତଚାଳିତ କାରକୁ ନିୟୋଜିତ କରାଯିବ । ଅନ୍ୟପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ତାଳବଣିଆ, କଟକର ପାଲାମଣ୍ଡପ ବସଷ୍ଟାଣ୍ଡରେ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ବିଶ୍ରାମାଗାର ନିର୍ମିତ ହେବ । ଏଥିସହିତ ଯାତ୍ରୀମାନଙ୍କୁ ଆପଦକାଳୀନ ସେବା ଯୋଗାଇ ଦେବା ପାଇଁ ପିପିଲି, ସାମନ୍ତରାପୁର, କୋଣାର୍କ, କଳ୍ପନା, ପୁରୀଠାରେ ୧୦ ଗୋଟି ଆମ୍ବୁଲାନସ ଏବଂ କ୍ରେନର ବନ୍ଦୋବସ୍ତ ହୋଇଛି । ସେହିପରି ରାସ୍ତାରେ ବ୍ରେକଡାଉନ ଗାଡିଗୁଡିକର ମରାମତି ପାଇଁ କଟକ-ପୁରୀ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ଗ୍ୟାରେଜ ଖୋଲାଯିବାକୁ ସ୍ଥିର ହୋଇଛି ।