ଅଡୁଆରେ ଭୁବନେଶ୍ୱର ଜିଆରପି ଥାନା ଆଇଆଇସି ! ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଏସଆଇ

30

କନକ ବ୍ୟୁରୋ : ଭୁବନେଶ୍ୱର ଜିଆରପି ଥାନା ଆଇଆଇସି ସୌଭାଗ୍ୟ ରଞ୍ଜନ ସ୍ୱାଇଁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ଖୋଦ ସେହି ଥାନାର ଜଣେ ମହିଳା ଏସଆଇ । ୨୦୧୫ରେ ଏହି ଦୁଷ୍କର୍ମ ହୋଇଥିବା ମହିଳା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମହିଳା ଏସଆଇଙ୍କ ବୟାନ ରେକର୍ଡ ହୋଇଛି । ଅଭିଯୋଗକାରିଣୀଙ୍କ ବଦଳି ଏବେ କଟକକୁ ହୋଇଯାଇଛି ।

ଅଭିଯୋଗ ଅନୁସାରେ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ତାଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଇଥିଲେ । ଏପରିକି ତାଙ୍କୁ ବଳାତ୍କାର କରିଥିଲେ । ସେପଟେ ଏହି ଅଭିଯୋଗକୁ ଭତ୍ତିହୀନ ବୋଲି କହିଛନ୍ତି ଆଇଆଇସି ସୌଭାଗ୍ୟରଞ୍ଜନ ସ୍ୱାଇଁ । ବିଭାଗ ଯାହା ପଦେକ୍ଷପ ନେବ ତାକୁ ସେ ମାନିବେ ବୋଲି  କହିଛନ୍ତି ଆଇଆଇସି । ସେପଟେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ରେଳବାଇ ଏସପି ।