୨୦୧୭ରେ ଫେସବୁକରେ ଲୋକପ୍ରିୟ ସାଂସଦ କିଏ ? କାହାକୁ ନେଇ ହୋଇଥିଲା ସବୁଠୁ ଅଧିକ ଆଲୋଚନା 

37

ଫେସବୁକରେ ସେମାନେ ଲୋକଙ୍କର ପସନ୍ଦ ଥିଲେ । ଲୋକମାନେ ସେମାନଙ୍କ ବିଷୟରେ ଚର୍ଚାକୁ ବେଶି ପ୍ରାଧାନ୍ୟ ଦେଇଥିଲେ । ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ସଦସ୍ୟ ଭାବେ ଓ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ରାଜ୍ୟସଭା ସଦସ୍ୟ ଭାବେ ଅଧିକ ଚର୍ଚ୍ଚାରେ ରହିଥିଲେ ବୋଲି ଫେସବୁକ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଫେସବୁକ ୨୦୧୭ର ଜାନୁଆରୀ ମାସରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ସରକାରୀ ସଂସ୍ଥା, ବିଭିନ୍ନ ମନ୍ତ୍ରାଳୟ, ଓ ରାଜନେତିକ ଦଳଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଫେସବୁକରେ କେନ୍ଦ୍ର ସରକାର ଓ ସବୁ ରାଜ୍ୟର ସରକାର, କେନ୍ଦ୍ରଶାସିତ ଅଂଚଳ ଓ ରାଜନୈତିକ ଦଳକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ କରିଛି ଫେସବୁକ ।

ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କ ମଧ୍ୟରୁ ସବୁଠାରୁ ପ୍ରଥମେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦ୍ୱିତୀୟ ସ୍ଥାନରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଥିବା ଫେସବୁକ ପ୍ରକାଶ କରିଛି । ସେହିପରି ରାଜନୈତିକ ଦଳ ମଧ୍ୟରୁ ଭାରତୀୟ ଜନତା ପାର୍ଟି(ଭାଜପା) ଫେସବୁକରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ବେଳେ ବିରୋଧୀ ଦଳ କଂଗ୍ରେସ ପାର୍ଟି ତୃତୀୟ ସ୍ଥାନରେ ରହିଛି ।

‘ମାଇଁ ଗଭର୍ନମେଂଟ ଇଣ୍ଡିଆ’ରେ ଭାରତୀୟ ସେନାବାହିନୀଙ୍କୁ ନେଇ ଅଧିକ ଆଲୋଚନା ହୋଇଥିଲା ବୋଲି ଫେସବୁକ କହିଛି । ତେବେ ଶୀର୍ଷ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକ ଲୋକପ୍ରିୟ ହାସଲ କରିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାମ ରହିଛି ।