୨୫ ଜୁଲାଇରେ ରାଷ୍ଟ୍ରପତି ଭାବେ ଶପଥ ନେଇପାରନ୍ତି ରାମନାଥ କୋବିନ୍ଦ ! ସାମିଲ ହେବେ ନୀତିଶ କୁମାର

35

ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୫ ଜୁଲାଇ ଅପରାହ୍ନ ୧୨.୧୫ରେ ଶପଥ ନେଇପାରନ୍ତି । କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ହେବେ । ରାଷ୍ଟ୍ରପତି ଭବନ ସହ ଯୋଡ଼ି ହୋଇଥିବା ସୂତ୍ର ଅନୁସାରେ ଜ୍ୟୋତିଷଙ୍କ ସହ ବିଚାର ବିମର୍ଷ ପରେ ଏହି ସମୟରେ ଶପଥ ଗ୍ରହଣ ସମାରୋହ ହେବ ବୋଲି ନିଷ୍ପତି ହୋଇଛି । କୋବିନ୍ଦ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଶପଥ ନେବେ । ବିପକ୍ଷ ଦଳର ପ୍ରାର୍ଥୀ ମୀରା କୁମାରଙ୍କୁ ହରାଇ କୋବିନ୍ଦ ବିଜୟ ହାସଲ କରିଛନ୍ତି । ନିର୍ବାଚନରେ ରାମନାଥ କେବିନ୍ଦଙ୍କୁ ମୋଟ ୭୦୨୦୪୪ ଭୋଟ୍ ମଳିଥିବା ବେଳେ ମୀରା କୁମାରଙ୍କୁ ମିଳିଛି ୩୬୭୩୧୪ ଭୋଟ୍ ।

୧ ଅକ୍ଟୋବର, ୧୯୪୫ରେ ରାମନାଥ ଉତ୍ତରପ୍ରଦେଶର କାନପୁରରେ ଜନ୍ମ ଗ୍ରହଣ କରିଥିଲେ । ଓକିିଲାତି ପଢ଼ିବା ପରେ କୋବିନ୍ଦ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ୧୬ ବର୍ଷ କାର୍ଯ୍ୟ ନିର୍ବାହ କରିଛନ୍ତି । ତା’ପରେ କୋବିନ୍ଦ ରାଜନୀତିରେ ପଦାର୍ପଣ କଲେ । କୋବିନ୍ଦ ୧୯୯୧ରେ ବିଜେପିରେ ସାମିଲ ହେଲେ ଏବଂ ଦଳର ପ୍ରବକ୍ତା ପଦ ସମ୍ଭାଳିଥିଲେ । କୋବିନ୍ଦ ବିଜେପିର ଦଳିତ ମୋର୍ଚ୍ଚାର ରାଷ୍ଟ୍ରିୟ ଅଧ୍ୟକ୍ଷ ପଦରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ବିହାର ରାଜ୍ୟପାଳ ରହିସାରିଛନ୍ତି କୋବିନ୍ଦ – ରାଜ୍ୟସଭାରେ ୧୨ ବର୍ଷ ପର୍ଯ୍ୟନ୍ତ ରାମନାଥ କୋବିନ୍ଦ ବିଜେପିର ପ୍ରତିନିଧିତ୍ୱ କରିସାରିଛନ୍ତି । ୧୯୯୪ରେ ପ୍ରଥମ ଥର ପାଇଁ କୋବିନ୍ଦ ରାଜ୍ୟସଭା ପାଇଁ ଚୟନ ହୋଇଥିଲେ । କୋବିନ୍ଦ ୨୦୧୫ରେ ବିହାର ରାଜ୍ୟପାଳ ହୋଇଥିଲେ । ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଭଲ ତାଳମେଳ ରହିଥିଲା, ଏଥିଯୋଗୁଁ ଯେତେବେଳ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କୋବିନ୍ଦଙ୍କୁ ଘୋଷଣା କରାଗଲା ନୀତିଶ କୁମାର ତାଙ୍କୁ ସମର୍ଥନ ଜଣାଇଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବ ନର୍ବିାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶପଥ ସମାରୋହରେ ସାମିଲ ହୋଇପାରନ୍ତି । ଶୁଣାଯାଉଛି ନୀତିଶ କୁମାର ବିପକ୍ଷ ଠାରୁ ଅଲଗା ଦିଗ ଆପଣାଇ ଏନଡ଼ିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କଲେ । ସୂତ୍ର ଅନୁସାରରେ କୋବିନ୍ଦ ନିଜେ ଫୋନ କରି ନୀତିଶଙ୍କୁ ଶପଥଗ୍ରହଣ ସମାରୋହକୁ ଆମନ୍ତ୍ରିତ କରିଛନ୍ତି ।