ମହାନଦୀରେ ବୁଡି ରମଣ ସିଂହଙ୍କ ଗସ୍ତକୁ ବିରୋଧ କଲା ବିଜେଡି ! କଟକ ଓ ସମ୍ବଲପୁରରେ ଜଳ ସତ୍ୟାଗ୍ରହ

23

କନକ ବ୍ୟୁରୋ : ରମଣ ସିଂହଙ୍କ ଗସ୍ତକୁ ନେଇ ବିଜେଡି ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । କଟକ ଓ ସମ୍ବଲପୁରରେ ବିଜେଡି ପକ୍ଷରୁ ବିରୋଧ କରାଯାଇଛି । ସମ୍ବଲପୁରରେ ବିଧାୟକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ମହାନଦୀରେ ଜଳ ସତ୍ୟାଗ୍ରହ କରୁଛନ୍ତି ।

ମହାନଦୀରେ ପାଣିରେ ଛିଡା ହୋଇ ରମଣଙ୍କୁ ବିରୋଧ କରୁଛନ୍ତି ବିଜେଡି କର୍ମୀ । ସେପଟେ କଟକରେ ମଧ୍ୟ ବିଜେଡି କର୍ମୀମାନେ ଜଳ ସତ୍ୟାଗ୍ରହ କରୁଛନ୍ତି । । ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ରମଣଙ୍କ ଆଭିମୁଖ୍ୟକୁ ନେଇ ଦଳ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରୁଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :