ଭାଙ୍ଗିଗଲା ମଞ୍ଚ, ତଳେ ପଡିଗଲେ କେନ୍ଦ୍ରମନ୍ତ୍ରୀ ! ଗାଇସିଲଟରେ ଦଳୀୟ କର୍ମୀଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ମଞ୍ଚ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ରାମକ୍ରିପାଲ ଯାଦବ

26

କନକ ବ୍ୟୁରୋ : ମଞ୍ଚରୁ ପଡିଗଲେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ । ଗାଇସିଲଟ ବ୍ଲକର ଜଗଲାପାଟ ଗ୍ରାମରେ ନିର୍ବାଚନୀ ସଭାରେ ବିଜେପି କର୍ମୀଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ସଭାମଞ୍ଚ ଭାଙ୍ଗିଯାଇଥିଲା । ଫଳରେ ମଞ୍ଚରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପଡିଯାଇଥିଲେ । ତେବେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାମକ୍ରିପାଲ । ଏହି ଦୁର୍ଘଟଣା ସମୟରେ ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ରାମକ୍ରିପାଲଙ୍କ ସହ ବିଜେପିର ଅନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

bijepurଆଜି ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ରାଷ୍ଟ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ମଞ୍ଚ ଦବିଯିବା ପରେ ସଙ୍ଗେ ସଙ୍ଗେ ଏହାର ମରାମତି କରାଯାଇ ପୁର୍ନବାର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହା ପୂର୍ବରୁ ଗାଈସିଲଟର ଅନ୍ୟ ଏକ ଅଞ୍ଚଳରେ ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ ରାମକ୍ରିପାଲ । ଏହାସହ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ହୋଇଥିବା ଚପଲ ମାଡ ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ରାମକ୍ରିପାଲ ।