ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ ରୁ ୩୧ ପ୍ରାର୍ଥୀପତ୍ର ଦାଖଲ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ୩୧ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଜୁନ୍ ୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ପରେ ୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ୧୧ ତାରିଖରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ୩ ତାରିଖ ସୁଦ୍ଧା ଯଦି କୌଣସି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନହୁଏ ତେବେ ସେହିଦିନ ଫଳାଫଳ ପ୍ରକାଶ ପାଇବ । ଏ ସମସ୍ତ ପ୍ରକ୍ରିୟା ଜୁନ୍ ୧୩ ତାରିଖରେ ଶେଷ ହେବ । ବିଧାନସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ତିନିଟି ଯାକ ଆସନ ଶାସକ ଦଳ ଅକ୍ତିଆର କରିବା ସମ୍ଭାବନା ଅଧିକ ରହିଛି । ସେହିପରି ପ୍ରତିଦ୍ୱନ୍ଦ୍ୱିତାର ସମ୍ଭାବନା ମଧ୍ୟ ଖୁବ କମ୍ ।

ଏହା ସହ ରାଜ୍ୟସଭା ରେସ୍ : ସରଗରମ ହେବ ଶାସକ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି