ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ! ଓଡ଼ିଶାର ୩ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରିଟର୍ଣ୍ଣିଂ ଅଫିସର

20

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡିଶାର ୩ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ । ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ । ମାର୍ଚ୍ଚ ୧୨ ନାମାଙ୍କନ ଦାଖଲର ଶେଷ ଦିନ । ୧୩ରେ ପ୍ରାର୍ଥିପତ୍ର ଯାଂଚ କରାଯିବ । ସେହିପରି ୧୫ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ । ଯଦି ନିର୍ବାଚନ ପ୍ରତିଦ୍ୱନ୍ଦିତାମୂଳକ ହୁଏ ଆବଶ୍ୟକ ପଡିଲେ ୨୩ ତାରିଖରେ ସକାଳ ୯ଟାରୁ ୪ ଟା ଯାଏଁ ଭୋଟ ଗ୍ରହଣ ହେବ ।