ରାଜସ୍ଥାନର ଯୋଧପୁରଠାରେ ବାୟୁସେନାର Mig 27 ବିମାନ ଦୁର୍ଘଟଣା ଗ୍ରସ୍ତ : ପାଇଲଟ ସୁରକ୍ଷିତ, ଘଟଣାସ୍ଥଳରେ ପହଞ୍ଚିଲେ ବାସୁସେନାର ଅଧିକାରୀ

29

କନକ ବ୍ୟୁରୋ : ରାଜସ୍ଥାନର ଯୋଧପୁରଠାରେ ଆଜି ସକାଳୁ ଏକ ଦୁର୍ଘଟଣା ହୋଇଛି । ମିଳିଥିବା ସୂଚନା ଅନୁସାରେ ବାୟୁସେନାର Mig 27 ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ବିମାନଟି ଯୋଧପୁର ନିକଟ ଦେବଲିଆ ଗ୍ରାମ ନିକଟରେ ହଠାତ ଖସି ପଡିଥିଲା । ତେବେ ଘଟଣା ଜଣାପଡିବା ପରେ ଘଟଣାସ୍ଥଳକୁ ଯବାନମାନେ ପହଞ୍ଚିଛନ୍ତି । ତେବେ ବିମାନର ପାଇଲଟ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।

 

କେଉଁ କାରଣରୁ ଓ କିପରି ଭାବରେ ଏପରି ଦୁର୍ଘଟଣା ହେଲା ତାହା ଜଣାପଡିନଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ବାୟୁସେନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଘଟଣା ସ୍ଥଳରେ ହିଁ ବିମାନଟି ସମ୍ପୂର୍ଣ୍ଣ ଭାବରେ ଜଳିଯାଇଛି । ବାରମ୍ବାର ବାୟୁସେନାର ବିମାନ ଏପରି ଭାବରେ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ବର୍ତ୍ତମାନ ସମୟରେ ତାହା ଚିନ୍ତାର କାରଣ ରହିଥିବା ଜଣାପଡିଛି