କନକ ବ୍ୟୁରୋ : ହାଇଦ୍ରାବାଦର ପୁରାନୀ ହାବେଳିସ୍ଥିତ ନିଜାମଙ୍କ ସଂଗ୍ରହାଳୟରୁ କେହି ଦୁର୍ବୃତ୍ତ ନିଜାମଙ୍କ ଦୁଲର୍ଭ ହୀରାଖଚିତ ସୁନାର ଟିଫିନ ବାକ୍ସ ଓ ଏକ ସୁନା ଚାହା ପିଆଲା ଚୋରି କରି ନେଇଛନ୍ତି। ଏହି ହୀରାଖଚିତ ସୁନାର ଟିଫିନ ବାକ୍ସ ଓ ଏକ ସୁନା ଚାହା ପିଆଲାକୁ ହାଇଦ୍ରାବଦର ଶେଷ ନିଜାମ ମୀର ଓସମାନ ଅଲି ଖାଁ, ଆସଫ ଜହା ୭ମ ବ୍ୟବହାର କରୁଥିଲେ। ଏହି ଚୋରି ସାମଗ୍ରୀକୁ ଖୋଜି ବାହାର କରିବା ପାଇଁ ହାଇଦ୍ରାବାଦ ପୁଲିସ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ଏହି ଦୁଇଟି ପୂରାତନ ସାମଗ୍ରୀର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲ ଆକଳନ କରାଯାଇଛି। ହୀରା ଖଚିତ ନିଜାମଙ୍କ ଟିଫିନ ବାକ୍ସଟି ପ୍ରାୟ ୨ କେଜି ଓଜନର ସୁନାରେ ତିଆରି ଏକ ତିନି ଥାକିଆ ଟିଫିନ ବାକ୍ସ ।

Advertisment

publive-imageଏହି ଟିଫିନ ବାକ୍ସରେ ହୀରା ଓ ରୁବି ପ୍ରଭୃତି ଖଞ୍ଜା ଯାଇଥିଲା। ପୁଲିସ କହିଛି ଯେ ସଂଗ୍ରାହଳୟର ପ୍ରଦଶନୀ କପ୍ବୋର୍ଡରେ ଥିବା ଏହି ଦୁଇଟି ଅମୂଲ୍ୟ ସାମଗ୍ରୀ ହଜିଥିବା ନେଇ ସଂଗ୍ରହାଳୟ କର୍ତ୍ତୃପକ୍ଷ ସୂଚନା ଦେବା ପରେ ପୁଲିସ ସଙ୍ଗେସଙ୍ଗେ ଏହାକୁ ସିଲ କରିଛି। ଯଦ୍ୱାରା ଚୋରିର ପ୍ରମାଣ ନଷ୍ଟ ଯେପରି ନ ହୁଏ। ପ୍ରାଥମିକ ତଦନ୍ତରୁ ଚୋର ଜଣକ ଏକ କାଠ ଭେଣ୍ଟିଲେଟର ଦେଇ ସଂଗ୍ରହାଳୟ ଭିତରକୁ ପ୍ରବେଶ କରିଛି।ଏଥିପାଇଁ କାନ୍ଥ ଚଢ଼ିବାକୁ ସେ ଏକ ଦୌଡ଼ିର ବ୍ୟବହାର କରିଛି। ଏହି କାର୍ଯ୍ୟ କରିଥିବା ଚୋରମାନେ ସଂଗ୍ରହାଳୟର ବିଭିନ୍ନ କୋଠରି ସହିତ ଭଲଭାବେ ପରିଚିତ ଥିବା ପରି ଜଣାପଡ଼ୁଛନ୍ତି । ଏପରିକି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ସେମାନେ ବୁଲାଇ ଦେଇଛନ୍ତି। ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାର ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି।