୮ରୁ ଓଡ଼ିଶାରେ ଘଡଘଡି ସହ ବର୍ଷା ଆଶଙ୍କା ! ଜାଣନ୍ତୁ କେଉଁ ଅଂଚଳରେ ରହିଛି କାଳବୈଶାଖୀ ସମ୍ଭାବନା ?

1,340

କନକ ବ୍ୟୁରୋ : ଓଡ଼ିଶାର ତାଳଚେର ଓ ମାଲକାନଗିରିରେ ସର୍ବାଧିକ ୩୩.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ର ୧୦.୦ ଡିଗ୍ରି ସେଲସିୟସ୍ ରହିଛି । ଏବେ ରାଜ୍ୟରେ ଦିନବେଳା ତାପମାତ୍ରା ୩୦ ଡିଗ୍ରି ଥିବା ବେଳେ ରାତିରେ ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଉଛି । ଏଭଳି ପାଗ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ହେତୁ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ହେବ । ବିଶେଷ କରି ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ୮ରୁ ୯ ତାରିଖ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼,କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲାରେ ବର୍ଷା ସହିତ କାଳବୈଶାଖୀ ଆଶଙ୍କା କରାଯାଇଛି । ସେହିପରି ୯ରୁ ୧୦ ତାରିଖ ମଧ୍ୟରେ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି ।