ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଆରମ୍ଭ : ଆସନ୍ତା ୨୪ ଘଂଟା ମଧ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ

37

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ପୁରୀ,କେନ୍ଦ୍ରାପଡା,ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଜିଠୁ ଆସନ୍ତା ତିନି ଦିନ ଧରି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କହିଛି । ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମତ୍ସଜୀବୀଙ୍କୁ ସମୂଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି । ସେପଟେ ପ୍ରବଳ ବର୍ଷା ନେଇ ସବୁ ଜିଲ୍ଲାକୁ ସତର୍କ କଲା ଏସଆରସି । ଆଜି ଓ କାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସବୁ ଅଫିସରକୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜରୁରୀକାଳୀନ ବିଭାଗଗୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ବନ୍ୟା ପରିସ୍ଥିତି ଆସିନାହିଁ ।ନଦୀର ଜଳସ୍ତର ବିପଦ ସଂକେତ ତଳେ ଅଛି । ସବୁ କଂଟ୍ରୋଲ ରୁମ ସହ ସମନ୍ୱୟ ରଖଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ସେପଟେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି । ବିଭିନ୍ନ ସ୍ଥାନରେ ପୋଲ ଉପରେ ବନ୍ୟା ପାଣି ଚାଲୁଛି । କୋରକୁଣ୍ଡା ଓ ତାର୍ଲାକୁଟାରେ ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରି ଓ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ସେହିପରି ଗୋବିନ୍ଦପୁର ଘାଟିରେ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ମାଲକାନଗିରି-ଜୟପୁର ମଧ୍ୟ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି । ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଏବେ ବି ବର୍ଷା ଲାଗି ରହିଛି ମାଲକାନଗିରିରେ । ଜିଲ୍ଲାରେ ୫୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।